Categories: ଖେଳ

କିଟ୍‌ ମହିଳା ବିଚ୍‌ ଭଲିବଲ ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍‌ ବିଶ୍ୱବିଦ୍ୟାଳୟ ଭଲିବଲ ଚାମ୍ପିୟନଶିପ୍‌ରେ କିଟ୍‌ ମହିଳା ବିଚ୍‌ ଭଲିବଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମରୁ ୪ର୍ଥ ପୋଜିଶନ ପାଇଁ ଅନୁଷ୍ଠିତ ଲିଗ୍‌ ରାଉଣ୍ଡରେ କିଟ୍‌ ମହିଳା ଦଳ ୨-୦ରେ ଭିଇଏଲ୍‌ଏସ୍‌ ବିଶ୍ୱବିଦ୍ୟାଳୟକୁ ହରାଇଥିବାବେଳେ କର୍ବାଗମ୍‌ ୟୁନିଭର୍ସିଟି ଆଣ୍ଡ ଏସ୍‌ଆର୍‌ଏମ୍‌ ଆଇଏସ୍‌ଟି ନିକଟରୁ ହାରି ଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଗ୍ରୁପ୍‌ ମ୍ୟାଚରେ କିଟ୍‌ ଦଳ ମାଡ୍ରାସ ବିଶ୍ୱବିଦ୍ୟାଳୟକୁ ୨-୦ ଓ ଗୁଜରାଟର ପାରୁଲ ବିଶ୍ୱବିଦ୍ୟାଳୟକୁ ୨-୦ରେ ପରାସ୍ତ କରିଥିଲା। ଆଶା ମୁଣ୍ଡାରୀ ଓ ଶିବାନୀ ପ୍ରିୟଦର୍ଶିନୀ କିଟ୍‌ ଦଳର ସଦସ୍ୟା ଥିଲେ। ସଙ୍ଗିତା ଟପ୍ପୋ କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ।

 

Share