Categories: ଖେଳ

ଅମନଙ୍କୁ ବ୍ରୋଞ୍ଜ ପଦକ

ଜାଗ୍ରେବ୍‌ (କ୍ରୋଏସିଆ),୩ା୨ (ପି.ଟି.): ଭାରତର ଅମନ ଶେରାଓ୍ବତ ଏଠାରେ ଚାଲିଥିବା ଜାଗ୍ରେବ୍‌ ଓପନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୧୭ ବର୍ଷୀୟ ଅମନ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର ଜେନି ରେ ରୋଡ୍ସ ରିଚାଡର୍‌ସଙ୍କୁ ୧୦-୪ରେ ପରାସ୍ତ କରି ଏହି ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଆଜରବୈଜାନର ଆଲିବାବାସ୍‌ ଆର୍‌ଜାଜାଦେ ଫାଇନାଲରେ ଜାପାନର ୟୁତୋ ନିଶିଉଚିଙ୍କୁ ୨-୦ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟ ବ୍ରୋଞ୍ଜ ପଦକ ଜର୍ଜିିଆର ବେକା ବୁଜିଆଶଭିଲି ହାସଲ କରିଛନ୍ତି। ଅମନ ସେମିଫାଇନାଲ୍‌ରେ ନିଶିଉଚିଙ୍କଠାରୁ ପରାଜିତ ହେବା ପୂର୍ବରୁ କ୍ୱାର୍ଟରଫାଇନାଲରେ ଜର୍ଜିଆର ରବର୍ଟି ଡିଙ୍ଗାସଭିଲିଙ୍କଠାରୁ ହାରିଯାଇଥିଲେ। ମାତ୍ର ତାଙ୍କ ଜାପାନିଜ ପ୍ରତିଦ୍ୱନ୍ଦ୍ୱୀ ଫାଇନାଲରେ ପ୍ରବେଶ କରିବାରୁ ସେ ରିପିଚେଜ୍‌ ଗ୍ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଅନ୍ୟ ଜଣେ ଭାରତୀୟ ପୃଥ୍ବୀରାଜ ବାବାସାହେବ ପାଟିଲ (ପୁରୁଷ ୯୨କେଜି) ବ୍ରୋଞ୍ଜ ପଦକ ଦୌଡ଼ରେ ରହିଛନ୍ତି। ରିପିଚେଜ ଗ୍ରାଉଣ୍ଡରେ ସେ ମଙ୍ଗୋଲିଆର ଗାନ୍‌ଖୁୟାଗ୍‌ ଗାନ୍‌ବାଟାରଙ୍କୁ ଭେଟିବେ। ପାଟିଲ ସେମିଫାଇନାଲରେ ଜର୍ଜିଆର ମିରିଆନି ମେସୁରାଜ୍‌ଙ୍କ ନିକଟରୁ ୧୦-୦ରେ ହାରିଯାଇଥିଲେ। ପୂର୍ବରୁ ସେ କ୍ୱାର୍ଟରଫାଇନାଲରେ ପୋଲାଣ୍ଡର ରାଡୋସ୍ଲା ମାର୍ସିନ୍‌କ୍ୱିଜ୍‌ଙ୍କୁ ୫-୨ରେ ପରାସ୍ତ କରିଛନ୍ତି। ମହିଳା ୫୦ କେଜି ଶ୍ରେଣୀରେ ଭାରତର ଶିବାନୀ ପାଓ୍ବାର ୟୁଏସ୍‌ଏର ଏରିନ୍‌ ସିମୋନ୍‌ ଗଲ୍‌ଷ୍ଟୋନ୍‌ଙ୍କଠାରୁ ୪-୦ରେ ପରାଜିତ ହେବା ପରେ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଥିଲେ।

Share