Categories: ଖେଳ

କାଦୁଲୁରି ଅଭିଷିକ୍ତାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର,୭ା୧(ସ୍ପୋଟର୍‌ସ ବ୍ୟୁରୋ): ଡିସେମ୍ବର ୨୯ରୁ ତାମିଲନାଡୁର ନାଗର କଏଲ୍‌ଠାରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍‌ ୟୁଥ୍‌ (ବାଳକ ଓ ବାଳିକା) ଜୁନିୟର ଓ ସିନିୟର (ପୁରୁଷ ଓ ମହିଳା) ଜାତୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ୨୦୨୨-୨୩ ଅନୁଷ୍ଠିତ ହେଉଛି। ଏଥିରେ ମହିଳା ୮୭ କେଜି ଜୁନିୟର କାଟେଗୋରିରେ କିଟ୍‌ ବିଶ୍ୱବିଦ୍ୟାଳୟର କାଦୁଲୁରି ଅଭିଷିକ୍ତା ଏକ ବ୍ରୋଞ୍ଜ ଜିତିଛନ୍ତି। ସେ ମୋଟ ୧୬୭ କେଜି (ସ୍ନାଚ୍‌-୭୩ କେଜି ଏବଂ କ୍ଲିନ ଓ ଜର୍କରେ ୯୪କେଜି) ଓଜନ ଉଠାଇ ପଦକ ଜିତିଛନ୍ତି। କାଦୁଲୁରି କିଟ୍‌ ବିଶ୍ୱବିଦ୍ୟାଳୟରେ ସୋସିଓଲୋଜିରେ ବି.ଏ.ର ଦ୍ୱିତୀୟ ବର୍ଷ ଛାତ୍ରୀ। କିଟ୍‌ ୟୁନିଭର୍ସିଟି ଖେଲୋ ଇଣ୍ଡିଆ ଓ୍ବେଟ୍‌ଲିଫ୍ଟିଂ ସେଣ୍ଟରରେ ସେ ଟ୍ରେନିଂ ନେଉଛନ୍ତି। ସେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ନିରନ୍ତର ମାର୍ଗ ଦର୍ଶନ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Share