Categories: ଖେଳ

ମନଜିତ୍‌ଙ୍କୁ ବ୍ରୋଞ୍ଜ ପଦକ

ବିଶକେକ୍‌ (କିରଗିଜସ୍ତାନ), ୨।୬: ଭାରତର ମନଜିତ୍‌ ଏଠାରେ ଚାଲିଥିବା ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗ ସିରିଜ ରେସ୍‌ଲିଂ ଇଭେଣ୍ଟର ଗ୍ରୀକୋ ରୋମାନ ୫୫କେଜି କାଟେଗୋରୀରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମନଜିତ କ୍ୱାର୍ଟରଫାଇନାଲରେ ଉଜବେକିସ୍ତାନର ଇଖ୍‌ତିଓର ବୋଟିରୋଭଙ୍କଠାରୁ ହାରି ଯାଇଥିଲେ। ମାତ୍ର ବୋଟିରୋଭ ଫାଇନାଲରେ ପ୍ରବେଶ କରିଯିବାରୁ ମନଜିତ ବ୍ରୋଞ୍ଜ ପଦକ ମୁକାବିଲା ପାଇଁ ସୁଯୋଗ ପାଇଥିଲେ। ଭାରତୀୟ ରେସ୍‌ଲର କାଜାଖସ୍ତାନର ୟେରସିନ୍‌ ଆବ୍‌ୟିର୍‌ଙ୍କୁ ୧୪-୯ରେ ପରାସ୍ତ କରି ବ୍ରୋଞ୍ଜ ଜିିତିନେଇଥିଲେ। ଏଥିସହ ପ୍ରତିଯୋଗିତାରେ ସେ ଭାରତର ପଦକ ଖାତା ଖୋଲିଥିଲେ। ସ୍ବର୍ଣ୍ଣ ପଦକ ବାଉଟ୍‌ରେ ବୋଟିରୋଭଙ୍କୁ କାଜାଖସ୍ତାନର ମାର୍ଲାନ ମୁକାସେଭ ହରାଇ ଦେଇଥିଲେ। ୬୦ କେଜି ଶ୍ରେଣୀରେ ସୁମିତ ରିପିଚେଜ ରାଉଣ୍ଡରେ ପ୍ରବେଶ କରିଥିଲେ ମଧ୍ୟ ସେ କିଗିଜସ୍ତାନର ବାଲ୍‌ବାଇ ଦୋର୍ଦ୍ଦୋକୋଭ୍‌ଙ୍କଠାରୁ ହାରିଯାଇଥିଲେ। ପୂର୍ବରୁ ସେ କ୍ୱାର୍ଟର ଫାଇନାଲରେ କାଜାଖସ୍ତାନର ନୂରସୁଲ୍‌ତାନ ବାଜାରବାୟେଭଙ୍କଠାରୁ ପରାସ୍ତ ହୋଇଥିଲେ। ନୀରଜ ମଧ୍ୟ ୬୭କେଜି ଶ୍ରେଣୀ ରିପିଚେଜ୍‌ ରାଉଣ୍ଡରେ ପରାଜିତ ହୋଇଥିଲେ। ଭାରତର ଅନ୍ୟ ୩ ରେସଲର ସୁନୀଲ କୁମାର (୮୭କେଜି), ନରିନ୍ଦର ଚିମା (୯୭କେଜି) ଓ ସାହିଲ (୧୩୦କେଜି) କ୍ୱାଲିଫିକେଶନ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।

Share