Categories: ଖେଳ

ସାଲ୍‌ମିଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୮।୫(କ୍ରୀଡ଼ା ପ୍ରତିନିଧି): ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଚାଲିଥିବା ୨୬ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ଡିସ୍‌କସ୍‌ ଥ୍ରୋରେ ଓଡ଼ିଶାର ସାଲ୍‌ମି କିସ୍‌ପୋଟାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ବୁଧବାର ଅନୁଷ୍ଠିତ ପ୍ରତିଯୋଗିତାରେ ସାଲ୍‌ମି ୪୬.୩୧ ମିଟର ଦୂରତାକୁ ଥ୍ରୋ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଶାଳିନୀ ଚୌଧାରୀ (୪୯.୩୫) ସ୍ବର୍ଣ୍ଣ ଓ ପଞ୍ଜାବର ପରମଜ୍ୟୋତି କୌର (୪୮.୭୬) ରୌପ୍ୟ ପଦକ ପାଇଛନ୍ତି। ୧୦୦ ମିଟର ହର୍ଡଲ୍ସରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଆ ଆଥ୍‌ଲେଟ ପ୍ରଜ୍ଞା ପ୍ରଶାନ୍ତି ସାହୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ ମିଳିଛି। ଶ୍ରାବଣୀ ନନ୍ଦ ଓ ଅମିୟ ମଲିକ ଯଥାକ୍ରମେ ୧୦୦ ମିଟର ମହିଳା ଓ ପୁରୁଷ ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଡି.ଏମ୍‌. ଜୟରାମଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ସେହିପରି ଓଡ଼ିଶା ହାଇଜମ୍ପର ସ୍ବାଧୀନ କୁମାର ମାଝି ବ୍ରୋଞ୍ଜ ପଦକ ପାଇଛନ୍ତି।

Share