Categories: ଖେଳ

ସୁସ୍ମିତା ଟିଗାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି):ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ଚତୁର୍ଥ ଦିବସରେ କିଟ୍‌ର ସୁସ୍ମିତା ଟିଗା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ସେ ଏହି ସଫଳତା ପାଇଛନ୍ତି। ୧୦:୩୫.୮୬ ସେକେଣ୍ଡ ସମୟ ନେଇଥିବା ସୁସ୍ମିତା ଉତ୍ତର ପ୍ରଦେଶରେ ହେବାକୁଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ଡିସକସ୍‌ ଥ୍ରୋରେ ୫ମ ସ୍ଥାନରେ ରହିଥିଲେ ହେଁ ଭାନୁ ଶର୍ମା ମଧ୍ୟ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଯୋଗ୍ୟତା ପାଇଛନ୍ତି।

Share