Categories: ଫୁରସତ

୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି

ରୋମ୍‌: ଇଟାଲୀର ସାନ୍‌ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌। ମୂର୍ତ୍ତି ସାଙ୍ଗକୁ ପାଖାପାଖି ୫୦୦୦ ସୁନା ,ରୁପା ଓ କଂସା ମୁଦ୍ରା ମଧ୍ୟ ଉକ୍ତ ସ୍ଥାନରୁ ମିଳିଛି। ମୂର୍ତ୍ତିସବୁକୁ ସୁରକ୍ଷିତଭାବେ ମାଟିତଳେ ପୋତାଯାଇଥିବା ଜଣାପଡ଼ିଛି। ମିଳିଥିବା ୨୪ରୁ ଊର୍ଦ୍ଧ୍ୱ ପ୍ରତିମୂର୍ତ୍ତି ପାଇଁ ସ୍ବତନ୍ତ୍ର ମ୍ୟୁଜିୟମ୍‌ ତିଆରି କରାଯିବ ବୋଲି ଇଟାଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ଇଟାଲୀର ଇଟ୍ରୁସ୍କାନ ସମୁଦାୟ ଓ ରୋମାନ ଶାସନକାଳ ସମ୍ବନ୍ଧରେ ବହୁ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତ୍ନତତ୍ତ୍ୱବିଦ୍‌ କହିଛନ୍ତି। ବର୍ତ୍ତମାନର ଟୁସ୍କନି, ଉମ୍‌ବ୍ରିଆ ଏବଂ ଲାଜିଓ ସମୁଦାୟ ମଧ୍ୟରେ ଖ୍ରୀଷ୍ଟପୂର୍ବ ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ଘମାଘୋଟ ଲଢ଼େଇ ଲାଗି ରହିଥିଲା। ଶତ୍ରୁଙ୍କଠାରୁ ଦେବାବେଦୀଙ୍କ ମୂର୍ତ୍ତିକୁ ବଞ୍ଚାଇବା ପାଇଁ ଲୋକେ କାଦୁଅତଳେ ମୂର୍ତ୍ତି ସବୁ ଲୁଚାଇଥିବା କୁହାଯାଉଛି। ଅନେକ ଦେବଦେବୀଙ୍କ ମୂର୍ତ୍ତି ସାଙ୍ଗକୁ ମୂର୍ତ୍ତିର ଖଣ୍ଡବିଖଣ୍ଡିତ ଅଙ୍ଗ ହସ୍ତଗତ ହୋଇଛି।

Share