Categories: ଖେଳ

ମୋହିତଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୩ା୨ (ସ୍ପୋଟର୍‌ସ ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଚାଲିଥିବା ୨୫ ତମ ସର୍ବଭାରତୀୟ ବଧିର ଶୁଟିଂ ପ୍ରତିଯୋଗିତାରେ ଓଡିଶାର ମୋହିତ କୁମାର ପସାନ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସର୍ବମୋଟ ୧୪ ଜଣ ଖେଳାଳିଙ୍କ ମଧ୍ୟରୁ ମୋହିତ ଭଲ ପ୍ରଦର୍ଶନ କରି ଶ୍ରେଷ୍ଟ ୮ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସାମିଲ ହୋଇଥିଲେ । ଫାଇନାଲ ରାଉଣ୍ଡରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ଓଡିଶାର ପ୍ରଥମ ବଧିର ଶୁଟର ଭାବେ ମୋହିତ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ଓଡିଶା ରାଇଫଲ ସଂଘର ସଭାପତି ଅନଙ୍ଗ ଉଦୟ ସିଂହ ଦେଓ, ପୃଷ୍ଟପୋଷକ କଳିକେଶ ନାରାୟଣ ସିଂହଦେଓ ଓ ସଂଘର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

Share