Categories: ଖେଳ

ଜାତୀୟ ସେଲିଂରେ ନାରାୟଣଙ୍କୁ ବ୍ରୋଞ୍ଜ

ପାରାଦୀପ, ୨୨ା୧୦(ସ୍ବ.ପ୍ର.): ମୁମ୍ବାଇର ମାରଭେଠାରେ ଗତ ୧୬ ରୁ ଚାଲିଥିବା ଜାତୀୟ ସେଲିଂ ଚାମ୍ପିୟନଶିପ୍‌ରେ ଓଡ଼ିଶାର ନାରାୟଣ ମୁଣ୍ଡା ଶୁକ୍ରବାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖେଳରେ ସେ ତୃତୀୟ ସ୍ଥାନ ପାଇଛନ୍ତି ବୋଲି ଓଡିଶା ୟାଚିଂ କ୍ଲବର ମୁଖ୍ୟ ସବୀର ବକ୍ସ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ନାରାୟଣ ଗତ ଅଗଷ୍ଟରେ ମହୀଶୂରଠାରେ ଅନୁଷ୍ଠିତ ଜାତୀୟ ସେଲିଂରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ। ସୂଚନାଯୋଗ୍ୟ, ରାଉରକେଲାର ୧୭ ବର୍ଷୀୟ ନାରାୟଣ ପାରାଦୀପର ମହାନଦୀ ମୁହାଣରେ ଏହି ଖେଳ ପାଇଁ ଅଭ୍ୟାସ କରିଥିଲେ।

Share