Categories: ଖେଳ

ପ୍ରିତିଙ୍କୁ ବ୍ରୋଞ୍ଜ: ଫାଇନାଲ୍‌ରେ ଲଭଲିନା

ହାଙ୍ଗଝୋ,୩।୧୦: ୨୦୨୩ ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ଏସୀୟ ଗେମ୍ସର ଦଶମ ଦିନରେ ବକ୍ସର ପ୍ରୀତି ପାନୱାର ବ୍ରୋଞ୍ଜ ପଦକ ଜିତି ଦେଶକୁ ୬୨ତମ ପଦକ ଜିତାଇଛନ୍ତି॥ ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଲାଭଲିନା ଅତି କମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।
ଭାରତୀୟ ବକ୍ସର ପ୍ରୀତି ୫୪ କିଲୋଗ୍ରାମ ସେମିଫାଇନାଲ ମ୍ୟାଚରେ ଚାଇନାର ଚାଙ୍ଗ ୟୁଆନଙ୍କଠାରୁ ହାରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ସହିତ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ପାଇବାରେ ମଧ୍ୟ ବଞ୍ଚିତ ହୋଇଥିଲେ।
ଷ୍ଟାର ବକ୍ସର ଲଭଲିନା ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଲୋଭଲିନା ଥାଇଲାଣ୍ଡର ବାଇସନଙ୍କ ବିପକ୍ଷରେ ୫-୦ ବ୍ୟବଧାନରେ ଜିତିଥିଲେ। ଏହା ସହିତ ଲଭଲିନା ଅତି କମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। ଏହା ସହିତ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ମଧ୍ୟ ପାଇଛନ୍ତି।

Share