ଭୁବନେଶ୍ୱର, ୨୯।୧୧(କ୍ରୀଡ଼ା ପ୍ରତିନିଧି):ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କରାଟେ ଚାମ୍ପିୟନଶିପ୍ରେ ଓଡ଼ିଶାର ଭାଲେନା ଭାଲେଣ୍ଟିନା, ମଧୁପ୍ରିୟା ବାଇ ଓ ବ୍ରତତୀ ବିଶ୍ୱପ୍ରଭା ପତି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି। ଭାଲେଣ୍ଟିନା ସିନିୟର ବ୍ୟକ୍ତିଗତ ମହିଳା କାଟା, ମଧୁପ୍ରିୟା କ୍ୟାଡେଟ୍ ବ୍ୟକ୍ତିଗତ ମହିଳା କାଟାର ସେମିଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ସେଠାରେ ଶ୍ରୀଲଙ୍କା ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ। ବ୍ରତତୀ କିନ୍ତୁ ସେମିଫାଇନାଲରେ ଶ୍ରୀଲଙ୍କା ପ୍ରତିଦ୍ୱନ୍ଦ୍ୱୀଙ୍କ ସମକକ୍ଷ ପଏଣ୍ଟ ପାଇଥିଲେ। ତେବେ ପ୍ରଥମ ପଏଣ୍ଟ ଭିତ୍ତିରେ ବ୍ରୋଞ୍ଜ ପଦକ ପାଇଥିଲେ। ପଦକ ବିଜେତାଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି ଓ କୋଚ୍ ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।