Categories: ଖେଳ

ବ୍ରୁକ୍‌, ଗାର୍ଡନର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୩: ଭାରତର ରବୀନ୍ଦ୍ର ଜାଡେଜା ଓ ଓ୍ବେଷ୍ଟଇଣ୍ଡିଜ୍‌ର ଗୁଡାକେଶ ମୋତିଙ୍କୁ ପଛରେ ପକାଇ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଫେବୃୟାରୀ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ଦ୍ୱାରା ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ସେହିପରି ମହିଳା ବିଭାଗରେ ମଧ୍ୟ ଆଶ୍‌ଲେ ଗାର୍ଡନର ଏହି ପୁରସ୍କାର ଲାଭ କରିଛନ୍ତି। ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ରେ ପ୍ରଭାବୀ ପ୍ରଦର୍ଶନ ପରେ ବ୍ରୁକ୍‌ ଦ୍ୱିତୀୟଥର ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ହାସଲ କରିପାରିଛନ୍ତି। ଦୁଇଥର ଏହି ପୁରସ୍କାର ଜିତିବାରେ ପାକିସ୍ତାନର ବାବର ଆଜମ୍‌ଙ୍କ ପରେ ବ୍ରୁକ୍‌ ହେଉଛନ୍ତି ଦ୍ୱିତୀୟ ପୁରୁଷ କ୍ରିକେଟର। ନିକଟରେ ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲିଆର ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଅଭିଯାନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଗାର୍ଡନର ଆଇସିସି ପୁରସ୍କାର ହାସଲ କରିପାରିଛନ୍ତି। ଗାର୍ଡନରଙ୍କ କ୍ଷେତ୍ରରେ ମଧ୍ୟ ଏହା ଦ୍ୱିତୀୟ। ପୂର୍ବରୁ ଗତ ଡିସେମ୍ବରରେ ସେ ଏହି ପୁରସ୍କାର ପାଇଥିଲେ। କୌତୂହଳର କଥା, ସେହିମାସରେ ବ୍ରୁକ୍ସ ମଧ୍ୟ ପ୍ରଥମଥର ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଜିତିଥିଲେ। ମହିଳା ଟି୨୦ ବିଶ୍ୱକପ୍‌ରେ ଗାର୍ଡନର ନିୟମିତ ଭାବେ ଉଇକେଟ୍‌ ଅକ୍ତିଆର କରିବା ସହ ମୂଲ୍ୟବାନ୍‌ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ।

Share