ବ୍ରୁକ୍‌ଲିନ୍‌ ମେଟ୍ରୋ ଷ୍ଟେଶନ ଆକ୍ରମଣକାରୀ ଫଟୋ ଜାରି, ଧରାଇ ଦେଲେ ୫୦ ହଜାର ଡଲାର ପୁରସ୍କାର …

ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍‌ଲିନ୍‌ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରଶାସନ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଜାରି କରାଯାଇଛି। ଏହା ସହିତ ତାଙ୍କୁ ଧରାଇ ଦେଲେ ୫୦ ହଜାର ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

ଏହି ଆକ୍ରମଣରେ ୨୦ ଜଣରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣକାରୀ ଜଣକ ଗୁଳି ମାଡ଼ କରିବା ପରେ ପଳାଇ ଯାଇଥିଲେ। ଷ୍ଟେଶନ ଚଟାଣରେ ପଡ଼ିଥିବା ରକ୍ତରେ ଜୁଡୁବୁଡୁ ଜଣେ ଯାତ୍ରୀଙ୍କ ଯତ୍ନ ନେଉଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। ପରେ ସିସିଟିଭି କ୍ୟାମେରାରୁ ଆକ୍ରମଣକାରୀଙ୍କ ଫଟୋ ସଂଗ୍ରହ କରାଯାଇଥିଲା।

Share