ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.୫ରେ ଦୁଇ ଭାଇ ପରସ୍ପର ବିପକ୍ଷରେ କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସପନ କୁମାର ତ୍ରିପାଠୀ (ବୁଲୁ), ବିଜେଡି ପ୍ରାର୍ଥୀ ଉତ୍ତମ ତ୍ରିପାଠୀ ସମ୍ପର୍କୀୟ ଭାଇ। ସୂଚନାନୁଯାୟୀ ଉତ୍ତମ ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ଅନୁଗତ। ସେ କଂଗ୍ରେସରେ ଥିବା ସମୟରେ ଥରେ କାଉନ୍‌ସିଲର ହୋଇଥିଲେ। ପ୍ରଦୀପଙ୍କ ସହ ସେ ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ। ଅପରପକ୍ଷେ ସପନ ହେଉଛନ୍ତି ଉତ୍ତମଙ୍କ ବଡ଼ବାପା ପୁଅ ଭାଇ। ସେ ଭାଜପାର ଜଣେ ଦୃଢ ସଂଗଠକ। ତେବେ ଦୁଇ ଭାଇଙ୍କ ଲଢ଼େଇ ମଧ୍ୟରେ ସ୍ବାଧୀନ ପ୍ରାର୍ଥୀ ଆଇ. ମୁରଲୀ କ୍ରିଷ୍ଣା ଏହାର ଫାଇଦା ଉଠାଇବାର ସମ୍ଭାବନା ନେଇ ଚର୍ଚ୍ଚା ହେଉଛି।

Share