Categories: ଜାତୀୟ

ଭାଇ ଆଉ ମାମା: ଶିବରାଜ ୨୪ ଘଣ୍ଟାରେ ୨ ଥର ବଦଳାଇଲେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ…

ଭୋପାଳ,୧୪।୧୨ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେ ଅନେକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେପଟେ ପୂର୍ବତନ ସିଏମ ଶିବରାଜ ସିଂ ଚୌହ୍ବାନ ହେଡଲାଇନରେ ରହିଛନ୍ତି। ବିଧାନସଭା ପାର୍ଟି ବୈଠକ ପରେ ସେ ଖବରଦାତାଙ୍କୁ ୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ମୁଁ ମରିଯିବି ପଛେ ପଦବୀ ମାଗିବି ନାହିଁ। ଏହା ପୂର୍ବରୁ ସେ ଲାଡଲି ଭଉଣୀମାନଙ୍କୁ ମଧ୍ୟ ଭେଟିଥିଲେ। ଶିବରାଜ ତାଙ୍କର ପ୍ରିୟ ଭଉଣୀମାନଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇଥିଲେ।

ଇତି ମଧ୍ୟରେ ଶିବରାଜ ଗତ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ନିଜର ବାୟୋ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ପ୍ରୋଫାଇଲରେ ଲେଖିଛନ୍ତି ଭାଇ ଆଉ ମାମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ ଲେଖିଥିଲେ। ବୁଧବାର ଦିନ ସେ ତାଙ୍କ ବାୟୋରେ ‘ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ’ ଲେଖିଥିଲେ। କିନ୍ତୁ ଏହି ପରିବର୍ତ୍ତନର ମାତ୍ର ୨୪ ଘଣ୍ଟା ପରେ ସେ ନିଜ ବାୟୋରେ ଭାଇ ଆଉ ମାମୁଁ ଶବ୍ଦ ଯୋଡିଥିଲେ। ବର୍ତ୍ତମାନ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share