ନୟାଗଡ଼,୬ା୬(ଲୋକନାଥ ମିଶ୍ର): କୁସୁମୀ ନଦୀରେ ବୁଡ଼ି ଗୁରୁବାର ପୂର୍ବାହ୍ନରେ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଘଟିଛି। ବାଉଁଶିଆପଡ଼ା ଗାଁର ଦୁତିକୃଷ୍ଣ ସେଠୀଙ୍କ ଝିଅ ପୁଅ ଅନ୍ୟ ଜଣେ ନାବାଳକ ନିକଟସ୍ଥ କୁସୁମୀ ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ବେଳେ ନଦୀରେ ଗର୍ଭରେ ଭଉଣୀ-ଭାଇ ବୁଡି ଯାଇଥିଲେ। ସାଙ୍ଗରେ ଥିବା ନାବାଳକ ଭଉଣୀ -ଭାଇ ବୁଡିଯିବା ଦେଖି ସେ ପାଟିକରି ଡାକିଥିଲେ। ତାଙ୍କ ଡାକ ଶୁଣି ସଙ୍ଗେ ସଙ୍ଗେ ଗ୍ରାମବାସୀ ଉଭୟ ଭଉଣୀ-ଭାଇଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଇଟାମାଟି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।