Posted inଫୁରସତ

ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

କୁଲ୍‌ କମ୍ଫଟେବଲ୍‌ ଲୁକ୍‌ ଦିଏ ଟି-ଶାର୍ଟ। ଯେ କୌଣସି ଅକେଜନ୍‌ ହେଉନା କାହିଁକି ଜିନ୍ସ ଟି-ଶାର୍ଟ ପିନ୍ଧି ଖୁବ୍‌ କମ୍‌ ସମୟରେ ନିଜକୁ ପ୍ରସ୍ତୁତ କରିହୁଏ। ସେଥିପାଇଁ ଉଭୟ ଯୁବତୀଯୁବକଙ୍କର ଏହା ଭାରି ପ୍ରିୟ। ଖାସ୍‌ ଏହାକୁ ହିଁ ଲକ୍ଷ୍ୟ କରି ରାଖୀ ଭଲି ବିଶେଷ ଅବସରରେ ଉଭୟ ଭାଇଭଉଣୀ ପିନ୍ଧି ପାରିଲା ପରି କିଛି ମ୍ୟାଚିଂ ଟି-ଶାର୍ଟ
ଏବେ ଆସିଲାଣି; ଯାହା ଦେଖିବାକୁ ଟ୍ରେଣ୍ଡି ଲାଗିବା ସହ
ଏଥିରେ ଥିବା ପ୍ରିଣ୍ଟ କିଛି ବାର୍ତ୍ତା ଦେଇଥାଏ…
* ବ୍ରଦର ସିଷ୍ଟର ଟି-ଶାର୍ଟ: ଖାଲି ବ୍ରଦର ସିଷ୍ଟର ଲେଖା ହୋଇଥିବା ଟି-ଶାର୍ଟକୁ ବି ରାଖୀ ଦିନ ପିନ୍ଧି ଭାଇଭଉଣୀ ସୁନ୍ଦର ଦେଖାଯିବା ସହ ପରସ୍ପର ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧାକୁ ନିଆରା ଭାବେ ପ୍ରକାଶ କରିପାରିବେ।
* ସିସ୍‌ ନଂ ୧- ବ୍ରୋ ନଂ ୧: ରାଖୀ ଅବସରରେ ଉଭୟ ଭଉଣୀଭାଇ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ପିନ୍ଧି ନିଜକୁ ଖାସ୍‌ ଲୁକ୍‌ ଦେଇପାରିବେ ଆଉ ଫଟୋ ଉଠାଇ ଏହି ଖୁସିର ମୁହୂର୍ତ୍ତକୁ ସବୁଦିନ ପାଇଁ ନିଜ ପାଖେ ସାଇତି ରଖିପାରିବେ। କେବଳ ରାଖୀ କାହିଁକି ଅନ୍ୟ ଯେ କୌଣସି ସମୟରେ ବି ଭାଇଭଉଣୀ ଏହି ଟି-ଶାର୍ଟକୁ ଆରାମରେ କ୍ୟାରି କରିବାରେ କିଛି ଅସୁବିଧା ନାହିଁ।
* ଆଇ ଲଭ୍‌ ମାଇଁ ସିଷ୍ଟର- ଆଇ ଲଭ୍‌ ମାଇଁ ବ୍ରଦର: ଉଭଣୀଭାଇଙ୍କ ଭିତରେ ଥିବା ସ୍ନେହଭରା ଭଲପାଇବାର ସତରେ ତୁଳନା ନାହିଁ। ମୁହଁରେ ପ୍ରକାଶ କରି ନ ପାରିଲେ ବି ବିପଦ ଆପଦବେଳେ ଭଉଣୀଟିଏ ଭାଇ ପାଇଁ କିମ୍ବା ଭାଇଟିଏ ଭଉଣୀପାଇଁ ସାହାର ହୋଇ ଠିଆ ହୋଇଥାଏ। ଏହା ହିଁ ତ ପ୍ରକୃତ ଭଲ ପାଇବା। ତେଣୁ ନିଜ ପ୍ରିୟ ଭାଇ କିମ୍ବା ଭଉଣୀକୁ ରାଖୀ ଅବସରରେ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ଗିଫ୍ଟ କରି ନିଆରା ଖୁସିକୁ ସାଉଁଟିପାରିବେ।
* ଆଇ ହାଭ୍‌ ବେଷ୍ଟ ସିଷ୍ଟର- ଆଇ ହାଭ୍‌ ବେଷ୍ଟ ବ୍ରଦର: ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ବି ଭଉଣୀଭାଇଙ୍କର ନିଆରା ଭଲ ପାଇବାକୁ ଦର୍ଶାଇଥାଏ। ତେଣୁ ରାଖୀ ହେଉ ଅଥବା ଅନ୍ୟ ଯେ କୌଣସି ସମୟରେ ଭଉଣୀଭାଇ ଚାହିଁଲେ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ପିନ୍ଧି ପରସ୍ପର ପ୍ରତି ଥିବା ଭଲ ପାଇବା ଓ ଦାୟିତ୍ୱବୋଧକୁ ପରିପ୍ରକାଶ କରିପାରିବେ।
* ଏସବୁ ବ୍ୟତୀତ ଆହୁରି ଅନେକ ମନକୁ ଛୁଇଁଗଲା ଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଭଉଣୀଭାଇଙ୍କ ମ୍ୟାଚିଂ ଟି-ଶାର୍ଟ ବି ମିଳୁଛି। ଯେମିତିକି ‘ଓ୍ବାଲର୍‌ଡସ୍‌ ବେଷ୍ଟ ବ୍ରୋ-ସିସ୍‌’, ‘ଓ୍ବାଲର୍‌ଡ ଗ୍ରେଟେଷ୍ଟ ବ୍ରଦର ଏଭର୍‌- ଓ୍ବାଲର୍‌ଡ ଗ୍ରେଟେଷ୍ଟ ସିଷ୍ଟର ଏଭର୍‌’, ‘ବେଷ୍ଟ ସିଷ୍ଟର-ବେଷ୍ଟ ବ୍ରଦର୍‌, ‘ଫୁଲ୍‌ ରେସ୍‌ପେକ୍ଟ ଭାଇ- ଫୁଲ୍‌ ରେସ୍‌ପେକ୍ଟ ବେହେନ’, ‘କୁଲ୍‌ ଭାଇ କି କ୍ୟୁଟ୍‌ ବେହେନ୍‌- କ୍ୟୁଟ୍‌ ବେହେନ କି କୁଲ୍‌ ଭାଇ’, ‘ଫୁଲୋ କା ତାରୋ କା ସବ୍‌କା କେହେନା ହୈ- ଏକ୍‌ ହଜାରୋ ମେ ମେରି ବେହେନା ହୈ’, ‘ବେଷ୍ଟ ବ୍ରଦର୍‌ ଏଭର୍‌- ବେଷ୍ଟ ସିଷ୍ଟର୍‌ ଏଭର୍‌’ ଇତ୍ୟାଦି ଅନ୍ୟତମ।
* ଅନ୍ୟପକ୍ଷେ ଭଲପାଇବା ସତ୍ତ୍ୱେ ବି ବେଳେବେଳେ ଭାଇଭଉଣୀ ପରସ୍ପରକୁ ଚିଡ଼ାଇଥାନ୍ତି। ଏମିତି କ୍ଷେତ୍ରରେ ଭାଇଭଉଣୀକୁ ସୁହାଇଲା ଭଳି କିଛି କୌତୁକିଆ ଟ୍ୟାଗ୍‌ ଲାଇନ୍‌ ଥିବା ମ୍ୟାଚିଂ ଟି-ଶାର୍ଟ ବି ଏବେ ମିଳୁଛି। ଯେମିତିକି: ‘ଆଇ ଲଭ୍‌ ମାଇଁ ସିଷ୍ଟର- ବ୍ରଦର୍‌ ଫର୍‌ ସେଲ୍‌’, ‘ବ୍ରଦର: ଆଇ ମେକ୍‌ ଦ ରୁଲ୍ସ- ସିଷ୍ଟର: ଆଉ ବ୍ରେକ୍‌ ଦ ରୁଲ୍ସ’, ‘ମାଇଁ ସିସ୍‌ ହାଜ୍‌ ଦ ବେଷ୍ଟ ବ୍ରଦର ଇନ୍‌ ଦ ଓ୍ବାଲର୍‌ଡ- ମାଇଁ ବ୍ରଦର ହାଜ୍‌ ଦ ବେଷ୍ଟ ସିଷ୍ଟର ଇନ୍‌ ଦ ଓ୍ବାଲର୍‌ଡ’ ଇତ୍ୟାଦି ପ୍ରମୁଖ।
ଭଉଣୀଭାଇଙ୍କ ପାଇଁ ଉପଲବ୍ଧ ଏହି ଟି-ଶାର୍ଟଗୁଡ଼ିକରେ ଲେଖାଥିବା ଟ୍ୟାଗ୍‌ ଲାଇନ୍‌ ଯେତିକି ମନଛୁଆଁ ହୋଇଥାଏ ସେତିକି ଭାବାର୍ଥ ମଧ୍ୟ ଏଥିରେ ଭରି ରହିଥାଏ। କେବଳ ଏହାକୁ ବୁଝି ପାରିଲା ଭଳି ସରଳ ମନଟିଏର ଆବଶ୍ୟକତା
ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଟି-ଶାର୍ଟୁଗୁଡ଼ିକ କେବଳ ବଡ଼ଙ୍କ ପାଇଁ ନୁହେଁ ଛୋଟଛୋଟ ଭଉଣୀଭାଇଙ୍କ ପାଇଁ ବି ଉପଲବ୍ଧ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri