ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ ବିଷ। ଶେଷରେ ଗର୍ଭବତୀ ହେଲେ ନାବାଳିକା ଶାଳୀ। ୩ ମାସର ପିଲାକୁ ପେଟରେ ଧରି ଫେରିଲେ ଗାଁକୁ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲା ଏମଭି ୭୯ ଥାନା ଅଞ୍ଚଳରୁ । ନିଶା ଦେଇ ନାବାଳିକା ଶାଳୀକୁ ବାରମ୍ବାର ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତ ଅମିତ ବିଶ୍ୱାସଙ୍କୁ ଏମ୍‌ଭି ୭୯ ଥାନା ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ, ନାବାଳିକା ଶାଳୀଙ୍କୁ ଆନ୍ଧ୍ରକୁ କାମ କରାଇବାକୁ ନେଇ ଅମିତ ଆନ୍ଧ୍ରପ୍ରଦେଶ ଯାଇଥିଲେ। ଆନ୍ଧ୍ରରେ ଶାଳୀକୁ ରାତିରେ ନିଶା ଦେଇ ବାରମ୍ବାର ବଳାତ୍କାର କରିଥିଲେ । ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ପୀଡିତାଙ୍କ ମା’ ତଥା ଅମିତଙ୍କ ଶାଶୂ ଏମଭି ୭୯ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅମିତଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।

Share