ଦିଗପହଣ୍ଡି,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଦିଅର ନରେନ୍ଦ୍ର ଅଧିକାରୀ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୁକ୍ତ ଙ୍କ ଭାଉଜ କେ.ନୂଆଗାଁ ଥାନାରେ ଏତଲା ହେବା ପରେ ଥାନା ମାମଲା ନଂ.୧୩୧/୨୨ ଦଫା -୩୨୩/୩୪୧/୩୫୪(ଖ)/୩୭୯/୫୦୬/୩୪ ଆଇପିସି ଅନୁଯାୟୀ ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ଅଭିଯୁକ୍ତ ଦିଅର ନରେନ୍ଦ୍ର ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ରଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଏସ୍ଆଇ ଶିଶିର ସାହାଣୀଙ୍କୁ ଏହି ମାମଲାର ତଦନ୍ତ ପାଇଁ ଆଇଆଇସି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।