ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା

ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମର ହୃଷି ନାୟକ(୨୨)। ହୃଷି ପଢ଼ାଳ ଗ୍ରାମକୁ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶ୍ୱଶୁରଙ୍କର ସେହି ବସ୍ତିର ଜଣେ ଯୁବକଙ୍କ ସହ କୌଣସି କଥାକୁ ଯୁକ୍ତିତର୍କ ଚାଲିଥିଲା। ହୃଷୀ ସେଥିରେ ହସ୍ତକ୍ଷେପ କରିବାରୁ ବସ୍ତିର ଅନ୍ୟଜଣେ ଯୁବକ ତାଙ୍କୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ହୃଷିଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୋଡିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଦିବସ: ମହାପୁରୁଷଙ୍କୁ ମାଲ୍ୟାର୍ପଣ କରି ସ୍ମୃତିଚାରଣ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ) ଗଞ୍ଜାମ ବରିଷ୍ଠ ନାଗରିକଙ୍କ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପୌର ପରିଷଦ କର୍ମକର୍ତ୍ତା ଗଞ୍ଜାମ...

କାଜୁ ତୋଳିବା ବେଳେ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

ପାଟଣା,୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୂଷା ଖୋରି ଗ୍ରାମର ଜଣେ ୪୫ବର୍ଷୀୟ ଯୁବକ ମଙ୍ଗଳବାର ପୂର୍ବାହ୍ନରେ ଗଛରୁ ପଡ଼ି ପ୍ରାଣ ହାନୀ...

ଟ୍ରଲର ଦୁର୍ଘଟଣା: ୨୦ ଘଣ୍ଟା ରାସ୍ତା ଜାମ

ଅନୁଗୋଳ,୧।୪(ମାନସ ବିଶ୍ୱାଳ): ଅନୁଗୋଳ ସହର ହନୁମାନ ବଜାରରେ ଏକ ଟ୍ରଲର ଦୁର୍ଘଟଣା ଘଟି ୨୦ ଘଣ୍ଟା ରାସ୍ତା ଜାମ ହୋଇଛି। ଫଳରେ ଲୋକଙ୍କ ଯାତାୟତରେ ନାହିଁ...

ପୋଲିସ ବାହିନୀର ସେବା, ତ୍ୟାଗ ଅତୁଳନୀୟ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡିଆରେ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପାଳିତ ହୋଇଛି । ମୁଖ୍ୟଅତିଥି ଭାବେ...

ବଳାତ୍କାର ମାମଲାରେ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ, ମୋହାଲି କୋର୍ଟ ଶୁଣାଇଲେ ରାୟ

ମୋହାଲି,୧।୪: ମଙ୍ଗଳବାର ପଞ୍ଜାବର ମୋହାଲି କୋର୍ଟ ପାଦ୍ରୀ ବଜିନ୍ଦର ସିଂହଙ୍କ ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।...

ଉତ୍ତମ ସେବା ଗ୍ରାହକଙ୍କୁ ବାନ୍ଧିରଖେ

ଝାରସୁଗୁଡ଼ାସ୍ଥିତ ଇନଫିନିଟି ଭେଞ୍ଚରର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପଓ୍ବନ କୁମାର ସୁଲତାନିଆ। ଜଣେ ସଫଳ ବ୍ୟବସାୟୀ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ପଓ୍ବନଙ୍କ ବ୍ୟବସାୟିକ...

ପୋଲିସ ପ୍ରତିଷ୍ଠା ଦିବସ: ୫ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସ୍‌ପି

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ପୋଲିସ ପଡ଼ିଆଠାରେ ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ଅଭାବନୀୟ ଘଟଣା: ହସ୍ପିଟାଲ ମୃତ ଘୋଷିତ କରିଥିବା ଶିଶୁକୁ ୨୦୦ ଦିନ ପରେ ଜୀବିତ ଉଦ୍ଧାର କଲେ ମାଆ

ହାଜିପୁର,୧।୪: ପ୍ରାୟ ୨୦୨ ଦିନ ପୂର୍ବେ, ଜଣେ ମହିଳା ତାଙ୍କର ପଞ୍ଚମ ସନ୍ତାନକୁ ଜନ୍ମ ଦେଇଥିଲେ। ତିନି ଝିଅ ଏବଂ ଗୋଟିଏ ପୁଅ ପରେ ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image