ଥାନା ସମ୍ମୁଖରେ ଭଉଣୀଙ୍କୁ ହତ୍ୟା କଲେ କକାପୁଅ ଭାଇ

ନାକଟିଦେଉଳ,୨୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ସମ୍ମୁଖରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ କକାପୁଅ ଭାଇ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ କିସିଣ୍ଡା ଥାନା ଲୋଇସିଂ ଗ୍ରାମ ଚମାରପଡ଼ାର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର(୪୦)।

ସୂଚନା ଅନୁସାରେ ଲୋଇସିଂ ଗ୍ରାମର ନିତ୍ୟାନନ୍ଦ ରୋହିଦାସଙ୍କ ଝିଅ କୁମାରୀ ବରପାଲି ଥାନା ଭଟିଗାଁର ଦେବାନନ୍ଦ ମେହେରଙ୍କୁ ବିବାହ କରିଥିଲେ। ଦୀର୍ଘବର୍ଷ ହେଲା ଉଭୟ ସ୍ବାମୀ ସ୍ତ୍ରୀ ଗ୍ରାମରେ ପିଲାଛୁଆ ଧରି ରହିଆସୁଛନ୍ତି। ବୁଧବାର ଅପରାହ୍ନରେ କୁମାରୀଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସ ଗ୍ରାମର ଗାଈ ଚରାଳି ବାସନ୍ତୀ ମାଝିଙ୍କୁ କୌଣସି କାରଣରୁ ଗାଳିଗୁଲଜ କରିଥିଲେ। ଏହି ସମୟରେ କୁମାରୀ ସେଠାରେ ପହଞ୍ଚତ୍ ମୋ ଘର ସାମ୍‌ନାରେ କାହଁିକି ଅସଭ୍ୟ ଭାଷାରେ ପାଟିତୁଣ୍ଡ କରୁଛୁ କହି ପ୍ରତିବାଦ କରିଥିଲେ। ଏହାକୁ ନେଇ କିଛିସମୟ ଯୁକ୍ତିତର୍କ ହେବା ପରେ କ୍ଷୀରୋଦ ଧରିଥିବା ବାଡ଼ିରେ କୁମାରୀଙ୍କୁ ପିଟିଥିଲେ। ପରେ କୁମାରୀ ତୋ ନାମରେ କେସ୍‌ କରିବି କହି ସାଇକେଲରେ ଥାନାକୁ ଆସି ପୁରୁଣା ଫାଟକ ଆଗରେ ଓହ୍ଲାଇଥିଲେ। କ୍ଷୀରୋଦ ମଧ୍ୟ ଏକ ସାଇକେଲରେ ସେଠାରେ ପହଞ୍ଚତ୍ଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ କ୍ଷୀରୋଦ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ କୁମାରୀଙ୍କ ବେକକୁ ଚୋଟ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କ୍ଷୀରୋଦ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା (ନଂ୫/୨୦୨୨) ରୁଜୁ କରି ତଦନ୍ତ ଚଳାଇଛି।

Share