ଅକ୍ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ର ଏକ ଲିଗ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ମାତ୍ର ୬ ଓଭର ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇଛି। ଫର୍ମରେ ଥିବା ସ୍ମ୍ରିତି ମନ୍ଧାନା (୧୦) ଏବଂ ଶେଫାଳି ବର୍ମା (୧୨) ଖୁବ୍ ଶସ୍ତାରେ ଆଉଟ୍ ହୋଇଛନ୍ତି। ଉଭୟ ଓପନରଙ୍କୁ ଡାର୍ସି ବ୍ରାଉନ ପ୍ୟାଭିଲିଅନ ପଠାଇଛନ୍ତି।
ଭାରତୀୟ ଦଳ ଏପର୍ଯ୍ୟନ୍ତ ୯ ଓଭରରେ ୨ ଉଇକେଟ କ୍ଷତିରେ ୩୮ ରନ୍ କରିଛି। ଏବେ ଅଧିନାୟିକା ମିଥାଲି ରାଜ (୩) ଏବଂ ୟସତିକା ଭାଟିଆ (୧୦) ବ୍ୟାଟିଂ କରୁଛନ୍ତି।