ମାଛ ଗାଡ଼ିରେ ବ୍ରାଉନସୁଗାର ଚାଲାଣ

ଭୁବନେଶ୍ୱର,୧୮।୧୨(ସୂର୍ଯ୍ୟକାନ୍ତ ବେହେରା): ମାଛ ବୁହା ପିକ୍‌ଅପ୍‌ରେ ବାଲେଶ୍ୱରରୁ ବେଆଇନ ଭାବେ ବ୍ରାଉନସୁଗାର ଚାଲାଣ ହେଉଛି । ଖୋର୍ଦ୍ଧାକୁ ଚୋରା ଚାଲାଣ ବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ଭୁବନେଶ୍ୱର ସିଆର୍‌ପି ଛକ ଫ୍ଲାଏ ଓଭର ଉପରୁ ୬୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସହ ୨ ନିଶାବେପାରୀଙ୍କୁ ଧରିଛି। ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ସେକ୍‌ ସଦିରୁଦ୍ଦିନ (୨୯) ଓ ଆଜମେର ଖାନ (୩୫)। ଉଭୟଙ୍କଠାରୁ ୬୬୦ ଗ୍ରାମ ବ୍ରାଉନସୁଗାର, ନିଶା କାରବାରରେ ବ୍ୟବହୃତ ଗାଡି ଓ ମୋବାଇଲ ଫୋନ୍‌ ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଅଭିଯୁକ୍ତଦ୍ୱୟଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଯୋଗାଡ କରିବା ପାଇଁ ପୋଲିସ ଯୋଜନା କରିଛି । ସେହିପରି ଅଭିଯୁକ୍ତଦ୍ୱୟ ବାଲେଶ୍ୱର ଓ ଜଲେଶ୍ୱରରେ ଏହି ନିଶା ବେପାର ଦୀର୍ଘଦିନ ଧରି କରିଆସୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ଓ ସିଏମ କିଷାନକୁ କୃଷି ସଚିବଙ୍କ ବଡ଼ ବୟାନ : ଶୀଘ୍ରଶୀଘ୍ର କରନ୍ତୁ…

ଭୁବନେଶ୍ୱର, ୫।୧୦: ପିଏମ୍‌ ଓ ସିଏମ କିଷାନକୁ ନେଇ ଖୁସି ଖବର। ବଡ ବୟାନ ଦେଲେ କୃଷି ସଚିବ ଅରବିନ୍ଦ ପାଢୀ। ସଚିବ ପାଢ଼ୀ କହିଛନ୍ତି,ଯୋଜନାରୁ...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ

ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ...

+୨ ପରୀକ୍ଷା ତାରିଖ ଘୋଷଣା: ୨ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର,୫।୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା...

ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୫ା୧୦: ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭...

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri