କଟକ କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗର ଚଢ଼ାଉ: ୫୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଶୁକ୍ରବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ ଉକ୍ତ ଥାନା ଅଧୀନ କଳାରାହାଙ୍ଗ ଗ୍ରାମର କୃଷ୍ଣଚନ୍ଦ୍ର ନାଥ। ତାଙ୍କଠାରୁ ୫୩ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଗୋଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

ସୂଚନାନୁଯାୟୀ, କୃଷ୍ଣଚନ୍ଦ୍ର ମଞ୍ଚେଶ୍ୱର ଓ ଆଖପାଖ ଅଞ୍ଚଳରେ ଗତ କିଛି ମାସ ଧରି ବ୍ରାଉନ୍‌ସୁଗାର ବିକୁଥିବା ନେଇ ଗୋଇନ୍ଦା ବିଭାଗକୁ ତଥ୍ୟ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୮ଟାରେ ଏକ ଟିମ୍‌ କଳାରାହାଙ୍ଗ ଛକରେ ଡେରା ପକାଇ ଥିଲେ। ଅଭିଯୁକ୍ତ ନିଶାଦ୍ରବ୍ୟ ନେଇ ତାଙ୍କ ଘରକୁ ଯାଉଥିବା ବେଳେ ଅବକାରୀ ଅଧିକାରୀ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।

Share