କାକଟପୁର,୯।୧୧(ଡି.ଏନ୍.ଏ.): ପୁରୀ ଜିଲା କାକଟପୁର ପୋଲିସ ରବିବାର ବିଳମ୍ବିତ ରାତିରେ ସୋମନାଥପୁର ଛକରେ ଚଢ଼ାଉକରି ୨୯୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଜଳେଶ୍ବର ଅଞ୍ଚଳର ମିର ରାହତ ଅଲ୍ଲୀ, ମିର ରୋଶନ ଅଲ୍ଲୀ, ପୁରୀ ବାସେଳିସାହି ଅଞ୍ଚଳର ଅକ୍ଷୟ ଭୋଇ, ସିବିଚ ଅଞ୍ଚଳର ଜ୍ୟୋତି ରଞ୍ଜନ ମହାନ୍ତ, କାକଟପୁର ଅଞ୍ଚଳର ବାସୁଦେବ ଭୋଇ ଏବଂ ରାଜକିଶୋର ସ୍ବାଇଁ। ସେମାନେ ବାଲେଶ୍ବର ଜିଲା ଜଳେଶ୍ବରରୁ ବ୍ରାଉନସୁଗାର ଆଣି କାକଟପୁର ଓ ଅସ୍ତରଙ୍ଗକୁ ସପ୍ଲାଏ କରୁଥିଲେ । ଏ ନେଇ କାକଟପୁର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।