ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର ଅବକାରୀ ବିଭାଗ ୩୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ କପିଳେଶ୍ବରର ଛବି ଭୋଇ। ଛବି ଲକ୍ଷପତି ହେବା ଆଶାରେ ଖୋର୍ଦ୍ଧାରୁ ବ୍ରାଉନସୁଗାର ନେଇ ଭୁବନେଶ୍ବରରେ ବ୍ୟବସାୟ କରୁଥିଲେ ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ।