Categories: ଜାତୀୟ

ବିଆର୍‌ଏସ୍‌ ଭାଜପାର ବି-ଟିମ୍‌: ରାହୁଲ

ଖମ୍ମାମ, ୩ା୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେସିଆର୍‌ଙ୍କ ରିମୋଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି ଏବଂ ତେଲଙ୍ଗାନାର ଶାସକ ଦଳ ଭାଜପାର ବି-ଟିମ୍‌ ବୋଲି ରାହୁଲ ଏଠାରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ଅଭିଯୋଗ କରିଛନ୍ତି। କେସିଆର୍‌ ଏବଂ ତାଙ୍କ ଦଳୀୟ ନେତାମାନଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ରହିଛି, ଯାହା ସେମାନଙ୍କୁ ଭାଜପା ସହ ସାଲିସ କରିବାକୁ ବାଧ୍ୟ କରିଛି। ତେଣୁ ବିଆର୍‌ଏସ୍‌ ସମ୍ପୃକ୍ତ ଥିବା କୌଣସି ମେଣ୍ଟରେ କଂଗ୍ରେସ ଯୋଗଦେବ ନାହିଁ ବୋଲି ରାହୁଲ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଜଣାଇଦେଇଥିବା କହିଛନ୍ତି।

Share