Categories: ଜାତୀୟ

ଆସିଲା ବଡ଼ ରିପୋର୍ଟ, ସବୁଠାରୁ ଅଧିକ ଆୟ କରିଛି ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ, ୨୦ା୭: ନିର୍ବାଚନ ଆୟୋଗଙ୍କ ଏଡିଆର ରିପୋର୍ଟରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌ର ଆୟ ଦେଶର କ୍ଷେତ୍ରୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି । ବିଆର୍‌ଏସ୍‌ ଏହି ବର୍ଷ ୭୩୭.୬୭ କୋଟି ଟଙ୍କା ଆୟ କରିଛି । ଅନ୍ୟପଟେ ତୃଣମୂଳ କଂଗ୍ରେସ ବା ଟିଏମ୍‌ସି ଟଙ୍କା ଖର୍ଚ୍ଚ କରିବା ମାମଲାରେ ଆଗରେ ରହିଛି ।

ବିଆର୍‌ଏସ୍‌ର ଆୟ ହେଉଛି ଆଞ୍ଚଳିକ ଦଳଗୁଡିକର ମୋଟ ଆୟର ୪୨.୩୮ ପ୍ରତିଶତ । ଏଡିଆର ରିପୋର୍ଟ ଅନୁଯାୟୀ, ଶ୍ରେଷ୍ଠ ପାଞ୍ଚଟି ଖର୍ଚ୍ଚକାରୀ ଦଳ ମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମସି) ତାଲିକାର ଶୀର୍ଷରେ ରହିଛି । ଯାହା ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳର ମୋଟ ଖର୍ଚ୍ଚର ୧୮୧.୧୮ କୋଟି କିମ୍ବା ୩୭.୬୬ ପ୍ରତିଶତ ଖର୍ଚ୍ଚ କରିଛ ି। ଏହା ପରେ ୱାଏସ୍‌ଆର କଂଗ୍ରେସ ୭୯.୩୨ କୋଟି ଟଙ୍କା ବା ୧୬.୪୯ ପ୍ରତିଶତ ଖର୍ଚ୍ଚ କରିଛି। ବିଆରଏସ ୫୭.୪୭ କୋଟି ଟଙ୍କା ବା ୧୧.୯୪ ପ୍ରତିଶତ ଖର୍ଚ୍ଚ କରିଛି । ଦ୍ରାବିଡା ମୁନ୍ନେଟ୍ରା କାଜଗାମ (ଡିଏମକେ) ୫୨.୬୨ କୋଟି ବା ୧୦.୯୪ ପ୍ରତିଶତ ଏବଂ ସମାଜବାଦି ପାର୍ଟି ୩୧.୪୧ କୋଟି ଟଙ୍କା ବା ମୋଟ ଖର୍ଚ୍ଚର ୬.୫୩ ପ୍ରତିଶତ ଖର୍ଚ୍ଚ କରିଛି ।

Share