Categories: ଜାତୀୟ

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ ଗୌଡ ଭାଜପା ନେତା କୁନା ଶ୍ରୀସେଲାମ ଗୌଡରଙ୍କ ବେକକୁ ଧରି ଠେଲି ଦେଇଥିଲେ। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି। ଏହାକୁ ଭାଜପା ସୋସିଆଲ ମିଡିଆର ଅଫିସିଆଲ ହ୍ୟାଣ୍ଡେଲରେ ଶେୟାର କରିଛି। ଭିଡିଓରେ ବିବେକାନନ୍ଦ କୁନାଙ୍କ ଗଳା ଧରିଥିବାର ନଜର ଆସିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

 

ଭିଡିଓରେ ଦେଖାଯାଉଛି ଭାଜପା ନେତାଙ୍କ ସହ ଏଭଳି ବ୍ୟବହାର ପରେ ନିକଟରେ ଥିବା ଲୋକମାନେ ବିଧାୟକଙ୍କ ଆଡକୁ ଦୌଡ଼ିଯାଇ ତାଙ୍କୁ ଭାଜପା ନେତାଙ୍କଠାରୁ ଦୂରକୁ ନେଇ ଯାଇଥିଲେ। ଏହି ସମୟରେ, ବିଆରଏସ ବିଧାୟକ କ୍ରୋଧିତ ଦେଖାଯାଉଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଭାଜପା ବିଆରଏସ ବିଧାୟକଙ୍କ ଏହି ଆଚରଣକୁ ନିନ୍ଦା କରିଛି।

 

ତେଲେଙ୍ଗାନା ଭାଜନପା ଏମପି ତଥା ଦଳର ବିଧାନସଭା ପ୍ରାର୍ଥୀ ବାନ୍ଦି ସଞ୍ଜୟ କୁମାର କହିଛନ୍ତି କୁଟୁବୁଲାପୁରରୁ ଭାଜପା ପ୍ରାର୍ଥୀଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ। ପରାଜୟର ଭୟ ଯୋଗୁ ବିଆରଏସ ବିଧାୟକ ଏପରି କରିଛନ୍ତି।

Share