Categories: ଜାତୀୟ

ନିର୍ବାଚନ ପ୍ରଚାର ସମୟରେ ବିଆରଏସ ଏମପିଙ୍କୁ ଆକ୍ରମଣ

ଅମରାବତୀ,୩୦।୧୦: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମେଡକର ଏମପି ତଥା ଦୁବାକ୍କାର ବିଆରଏସ ପ୍ରାର୍ଥୀ କୋଥା ପ୍ରଭାକର ରେଡ୍ଡୀ ସୋମବାର ପ୍ରଚାର କରୁଥିବା ସମୟରେ ତାଙ୍କ ଉପରକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ଦୌଲଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପେଟରେ ଛୁରୀ ଭୁଷି ଦେଇଥିଲେ। ତାଙ୍କ ସମର୍ଥକମାନେ ଏ ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ତାଙ୍କୁ ଗଜଭେଲ ଡାକ୍ତରଖାନାକୁ ନେଇଗଲେ। ତାଙ୍କୁ ସେଠାରୁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଛି।
ଏହି ସମୟରେ ଭିଡ ମଧ୍ୟରୁ ଆକ୍ରମଣକାରୀଙ୍କୁ ଧରି ପ୍ରଥମେ ତାଙ୍କୁ ଖୁବ ମାଡ ମାରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଛୁରାମାଡ଼ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି। ହାଇ ପ୍ରୋଫାଇଲ ମାମଲାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରତ୍ୟେକ ଦିଗରୁ ମାମଲାର ତଦନ୍ତ କରୁଛି। ଏହି ଆକ୍ରମଣର କାରଣ ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

Share