Categories: ଜାତୀୟ

ବିଆରଏସ ତେଲଙ୍ଗାନା ଉପରେ ୨ ଥର ଶାସନ କରିଛି, ଏବେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଚିଦାମ୍ବରମ

ହାଇଦ୍ରାବାଦ,୧୬।୧୧: ତେଲଙ୍ଗାନାର ଜନତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ଦାବି କରିଛନ୍ତି। ଗୁରୁବାର ସେ କହିଛନ୍ତି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଦୁଇ କାର୍ଯ୍ୟକାଳ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ପାଇଁ ତେଲଙ୍ଗାନାର ଜନତା ପ୍ରସ୍ତୁତ ଅଛନ୍ତି।

ଏହା ସହିତ ଚିଦାମ୍ବରମ ଭୋଟରଙ୍କୁ ରାଜ୍ୟରେ ୬ଟି ନିର୍ବାଚନ ଗ୍ୟାରେଣ୍ଟି ଲାଗୁ କରିବା ପାଇଁ କଂଗ୍ରେସକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ଆମ ଲୋକମାନେ ମୋତେ କହିଛନ୍ତି କିି ତେଲଙ୍ଗାନାରେ କଂଗ୍ରେସ ନିର୍ବାଚନରେ ଜିତିବା ପାଇଁ ସେମାନେ ଆତ୍ମବିଶ୍ୱାସୀ। ବିଆରଏସ ଦୁଇଥର ରାଜ୍ୟକୁ ଶାସନ କରିଛି ଏବଂ ବର୍ତ୍ତମାନ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି।

Share