ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବୀଭତ୍ସ ହତ୍ୟା

କରାଚି, ୩୧ା୧୨: ପାକିସ୍ତାନର ସିଦ୍ଧ ପ୍ରଦେଶରେ ୪୪ ବର୍ଷୀୟା ହିନ୍ଦୁ ମହିଳା ଦୟା ଭେଲଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଦୟାଙ୍କୁ ନ୍ୟାୟ ଦାବିରେ ସାଂଘର ଜିଲାରେ ଶୁକ୍ରବାର ଲୋକେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବିଲକୁ କାମ କରିବାକୁ ଯାଇଥିବା ଦୟା ସୋମବାର ଘରକୁ ଆଉ ଫେରି ନ ଥିଲେ। ତାଙ୍କ ପିଲାମାନେ ଦୟାଙ୍କୁ ବହୁ ଖୋଜାଖୋଜି କରିବା ପରେ ସୋରିଷ କ୍ଷେତରୁ ତାଙ୍କ ମୃତଦେହ ମିଳିଥିବା ତାଙ୍କ ପୁଅ ସୂମାର କହିଛନ୍ତି। ହତ୍ୟାକରୀମାନେ ଦୟାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିଲେ। ଏଥିସହ ତାଙ୍କ ସ୍ତନକୁ ଖଣ୍ଡ ଖଣ୍ଡ କରି କାଟି ଶରୀରର ଚମଡ଼ା ଉତାରି ଦେଇଥିଲେ। ଦେଶରେ ରହୁଥିବା ଅଳ୍ପସଂଖ୍ୟାକ ହିନ୍ଦୁମାନଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କର, ଯାହାକୁ ସେ ଗୁରୁତର ସହ ବହନ କରିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି।
ଦୟା ହତ୍ୟାକାଣ୍ଡର ସୂଚନା ପ୍ରଥମେ ପାକିସ୍ତାନର ହିନ୍ଦୁ ସିନେଟର କ୍ରିଷ୍ଣା କୁମାରୀ ଟୁଇଟର ପୋଷ୍ଟ ଶେୟାର କରି ଦେଇଥିଲେ। ସିଦ୍ଧରେ ରହୁଥିବା ଭୀଲ ଆଦିବାସୀ ସମ୍ପ୍ରଦାୟ ଥିଲେ ଦୟା। ସେ ମୂଲଲାଗି ନିଜ ୪ ପିଲାଙ୍କ ଲାଳନପାଳନ ସାଙ୍ଗକୁ ଘର ଚଳାଉଥିଲେ। ପାକିସ୍ତାନରେ ମୋଟ ୭୫ଲକ୍ଷ ହିନ୍ଦୁ ବାସ କରୁଥିବାବେଳେ ଅନ୍ୟ ପ୍ରଦେଶ ତୁଳନାରେ ସିନ୍ଧରେ ଅଧିକମାତ୍ରରେ ହିନ୍ଦୁ ବସବାସ କରନ୍ତି। ସେମାନେ ଇସଲାମୀୟ ସଂସ୍କୃତି, ରୀତିନୀତି ଏବଂ ଭାଷାକୁ ଆପଣାଇ ସେଠାରେ ରହୁଛନ୍ତି। ସିଦ୍ଧ ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share