ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା

କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡଭି ଗଙ୍ଗାଙ୍କ ସମେତ ୧୫ଜଣ ଗ୍ରାମବାସୀଙ୍କୁ ଅପହରଣ କରି ରଖିଥିଲେ। ପ୍ରଜା କୋର୍ଟରେ ମାଓବାଦୀମାନେ ୨ଜଣଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଗୁରୁବାର ସୂଚନା ମିଳିଛି। ମୃତକ ହେଲେ ଉପ ସରପଞ୍ଚ ମାଣ୍ଡଭି ଗଙ୍ଗା ଏବଂ ଅନ୍ୟ ଜଣେ କବସି ସୁକା ବୋଲି ଜଣାପଡିଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଘଟଣାରେ ଛତିଶଗଡ଼ ଦକ୍ଷିଣ ବସ୍ତର କମିଟି ସମ୍ପୃକ୍ତି ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Share