ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣରେ ରେକର୍ଡ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ଐତିହାସିକ ରେକର୍ଡ ଦେଖାଯାଇଛି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ଗୁରୁବାର ପ୍ରଥମଥର ଲାଗି ୨୦୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଭାରତୀୟ ପୁଞ୍ଜି ବଜାରରେ ଗତ କିଛି ଦିନ ହେବ ଭଲ କାରବାର ହେଉଛି। ବିଶେଷ କରି ବଜେଟ ପରଠାରୁ ଶେୟାର ବଜାରର ସୂଚକାଙ୍କ ଉର୍ଦ୍ଧ୍ୱଗାମୀ ହୋଇଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ କାରବାର ଗୁରୁବାର ୩୫୮.୫୪ ପଏଣ୍ଟ(୦.୭୧%) ଉର୍ଦ୍ଧ୍ୱରେ ରହିବା ଯୋଗୁ ଏହା ୫୦,୬୧୪.୨୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଗତ ୪ ଦିନ ଧରି ଶେୟାର ବଜାର ବଢିଚାଲିଛି। ସମ୍ପତ୍ତି ସୃଷ୍ଟିରେ ବିଏସ୍‌ଇ ଲଗାତର ଏହାର ଯୋଗଦାନ ରଖିଥିବା ଏହାର ସିଇଓ ଆଶିସ ଚୌହାନ କହିଛନ୍ତି। ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ କ୍ଷେତ୍ରରେ ବିଏସ୍‌ଇ ବିଶ୍ୱର ନବମ ବୃହତ୍ତ ଷ୍ଟକ ବଜାର ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ୪ ଦିନରେ ନିବେଶକଙ୍କ ସମ୍ପତ୍ତି ୧୪.୩୪ ଲକ୍ଷ କୋଟି ଟଙ୍କା ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬ ମାସରେ କରନ୍ତୁ ଏହି କୋର୍ସ: ମନଲାଖି ଚାକିରି ସାଙ୍ଗକୁ ମିଳିବ ମୋଟା ଅଙ୍କର ଦରମା…

ନୂଆଦିଲ୍ଲୀ,୧୧।୧: ଆଇଟି ସେକ୍ଟରରେ ଚାକିରି ଲାଗି ଅନେକ ବିକଳ୍ପ ରହିଛି। ଡିଜିଟାଲର ବିସ୍ତାର ହେବା ପରେ ଚାକିରି ସୁଯୋଗ ମଧ୍ୟ ବଢ଼ୁଥିବା ନଜର ଆସୁଛି। ମାର୍କେଟରେ...

ଟିରା ଷ୍ଟୋରରେ ଟିର୍‌ଟିର ଉତ୍ପାଦ ସମ୍ଭାର

ମୁମ୍ବାଇ,୧୧।୧: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ଟିରା ଷ୍ଟୋରରେ କୋରିଆ ସ୍କିନ୍‌ କେୟାର ଏବଂ ମେକ୍‌ଅପ୍‌ ବ୍ରାଣ୍ଡ ଟିରଟିରର ଉତ୍ପାଦଗୁଡିକ ଉପଲବ୍ଧ ହେଉଛି ବୋଲି...

ଖସିଲା ଶେୟାର ବଜାର

ମୁମ୍ବାଇ,୧୧।୧: କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ ଫଳାଫଳ ଅନୁଯାୟୀ...

ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ

ଭୁବନେଶ୍ୱର,୧୧।୧: ବର୍ତ୍ତମାନ ଗ୍ରାହକ ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ପାଇବା ସହିତ ଆବଶ୍ୟକ ସହାୟତା ମଧ୍ୟ ସହଜରେ ପାଇପାରିବେ ବୋଲି କାଜାରିଆ ଟାଇଲ୍ସର ଓଡ଼ିଶା ମୁଖ୍ୟ...

ଏଆଇଇସି ସହ ଆଇସିସିର ବୁଝାମଣା

ଭୁବନେଶ୍ୱର,୧୧।୧: ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏଆଇଇସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି...

ଜେଏସ୍‌ଏଲ୍‌ ଟିଜିସିର ମୁଖ୍ୟ ପ୍ରାୟୋଜକ

ଭୁବନେଶ୍ୱର,୧୧।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ୨୦୨୫ ଜାନୁଆରୀ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୩ ଦିନିଆ ସମ୍ମିଳନୀରେ ଟ୍ରାଇବାଲ୍‌ ଗ୍ଲୋବାଲ୍‌ କନ୍‌କ୍ଲେଭ୍‌ ବା...

ହୋଣ୍ଡା ଏଲିଭେଟ୍‌ର ନ୍ୟୁ ବ୍ଲାକ୍‌ ଏଡିଶନ

ନୂଆଦିଲ୍ଲୀ,୧୧।୧: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ମଡେଲ ଏଲିଭେଟ୍‌ର ନ୍ୟୁ ବ୍ଲାକ୍‌ ଏଡିଶନ ନିକଟରେ ଅନାବରଣ ହୋଇଯାଇଛି। ଏପରିକି ଏସ୍‌ୟୁଭି ବର୍ଗର...

ଶିଳ୍ପ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୧ା୧(ଅନୁରାଧା ମହାରଣା): ଦେଶରେ ପର୍ବପର୍ବାଣି ତଥା ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ସମୟରେ ଚାହିଦା ବୃଦ୍ଧି ହେତୁ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଆକଳନ ସୁଦୃଢ଼ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri