ମାଲକାନଗିରି,୧୯ା୩: ବିଏସ୍ଏଫ୍ ଏଡିଜି ଡ. ଏସ୍.ଏଲ୍. ଥାଓସେନ୍ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ ମୁଦୁଲିପଡାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍ଏଫ କ୍ୟାମ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବଣ୍ଡାଘାଟିକୁ ମାଓବାଦୀମାନେ ନିଜର ନୂଆ ଆଶ୍ରୟସ୍ଥଳୀ କରିଛନ୍ତି। ଏଠାରେ ମାଓବାଦୀ ହିଂସା ବଢୁଥିବାରୁ ଏହାକୁ ରୋକିବା ପାଇଁ ଏଡିଜି ଡ. ଥାଓସେନ୍ ଦୀର୍ଘ ସମୟ ଧରି ବିଏସ୍ଏଫ ଅଧିକାରୀ ଓ ଜିଲା ପୋଲିସ ସହ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଗତ କିଛିଦିନ ତଳେ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହାଲରେ ୨ଟି ବିଏସ୍ଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ମାଓବାଦୀମାନେ ବିକାଶ ବିରୋଧୀ ନ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସୁଯୋଗରୁ ଲାଭଉଠାଇକୁ ପ୍ରକାଶ କରିଥିଲେ।