Categories: ଜାତୀୟ

ମଣିପୁର ପ୍ରସଙ୍ଗରେ ଫିଲ୍ଡ କମାଣ୍ଡର୍ସଙ୍କ ସହ ବୈଠକ କଲେ ବିଏସଏଫ ଏଡିଜି

କୋଲକତା, ୧୨।୮: ବିଏସଏଫ ଏଡିଜି ସୋନାଲି ମିଶ୍ର କୋଲକତାସ୍ଥିତ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟରେ ଦ୍ୱିତୀୟ ତ୍ରିମାସିକ ଫିଲ୍ଡ କମାଣ୍ଡର୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିଏସଏଫର ଇଷ୍ଟର୍ନ କମାଣ୍ଡର ୬ ଫ୍ରଣ୍ଟିଅର ଦକ୍ଷିଣ ବଙ୍ଗଳା, ଉତ୍ତର ବଙ୍ଗଳା, ଗୌହାଟି, ମେଘାଳୟ, ମିଜୋରାମ ଏବଂ କଛାର ଏବଂ ତ୍ରିପୁରା ସୀମାନ୍ତର ଜେନେରାଲ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଶୁକ୍ରବାର ବୈଠକରେ ମଣିପୁର ଏବଂ ଭାରତ-ବାଂଲାଦେଶ ସୀମାରେ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ତଥା ପ୍ରଶାସନିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ବୋଲି ବିଏସଏଫର ଇଷ୍ଟର୍ଣ୍ଣ କମାଣ୍ଡର ଜନସମ୍ପର୍କ ଅଧିକାରୀଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି।

Share