Categories: ଜାତୀୟ

ପୁଣି ଅନୁପ୍ରବେଶକାରୀଙ୍କୁ ଧରିଲେ ଯବାନ

ଜମ୍ମୁ-କଶ୍ମୀର,୨୭।୮: ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଶନିବାର ଜଣେ ଅନୁପ୍ରବେଶକାରୀଙ୍କୁ ବିଏସ୍‌ଏଫ୍‌ ଯବାନ ଧରିବାରେ ସଫଳ ହୋଇଛନ୍ତି। ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଅନୁପ୍ରବେଶକାରୀ ଭାରତରେ ପଶିବାକୁ ଉଦ୍ୟମ କରିଛନ୍ତି।

ଶନିବାର ଭୋରରେ ସୀମାନ୍ତରେ ଜଣେ ସନ୍ଦିଗ୍ଧ ଭାରତ ସୀମାକୁ ପ୍ରବେଶ କରୁଥିବା ଯବାନଙ୍କୁ ସୂଚନା ମିଳିଥିଲା। ଏନେଇ ବିଏସ୍‌ଏଫ୍‌ ଯବାନ ଅପରେଶନ ଆରମ୍ଭ କରିଥିଲେ। ଏତିକି ବେଳେ ଆର୍ନିଆ ସେକ୍ଟରର ଆରଏସ୍‌ ପୂରା ଅଞ୍ଚଳରୁ ଅନୁପ୍ରବେଶକାରୀଙ୍କୁ ଯବାନ କାବୁକରି ନେଇଥିଲେ। ପରେ ଯବାନ ସମ୍ପୃକ୍ତ ଯୁବକଙ୍କୁ ଏକ ଗୋପନୀୟ ସ୍ଥାନରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି। କେଉଁ ଉଦ୍ଦେଶ୍ୟରେ ସେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିଲେ ତାହା ଜଣାପଡି ନାହିଁ। ଏପରିକି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।

Share