୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କୁ ଦେଲେ ମିଠା

ଅମୃତଶର,୨୬।୧: ପଞ୍ଜାବର ଅମୃତସରରେ ଅଟାରୀ-ୱାଘା ସୀମାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ସୀମାରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୀମା ସୁରକ୍ଷାବାହିନୀ (ବିଏସ୍‌ଏଫ) ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ପ୍ରଦାନ କରିଥିଲେ। ଜିରୋ ଲାଇନ ଏବଂ ପାକିସ୍ତାନ ପୋଷ୍ଟଠାରୁ କିଛି ମିଟର ଦୂରରେ ବିଏସ୍‌ଏଫ୍‌ର ଡେପୁଟି ଇନ୍ସପେକ୍ଟର ଜେନେରାଲ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଅନ୍ୟପଟେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଜସବୀର ସିଂ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜାତୀୟତାର ପ୍ରତୀକ ଭାବରେ ଜେସିପି ଅଟାରୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି। ପ୍ରତି ସନ୍ଧ୍ୟାରେ ଏଠାରେ ଏକ ରିଟ୍ରିଟ୍‌ ସମାରୋହ ଆୟୋଜିତ ହୋଇଥାଏ। ସମସ୍ତଙ୍କ ମନୋବଳ ଏବଂ ଉତ୍ସାହ ବଢ଼ାଇବା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି ବୋଲି ଜସବୀର ସିଂ କହିଛନ୍ତି।

Share