ଜୟପୁର,୧୫।୬: ପାକିସ୍ତାନର ଏକ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି। ଅନୁପଗଡ଼ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ କୈଳାସ ପୋଷ୍ଟ ନିକଟରେ ଡ୍ରୋନର ଶବ୍ଦ ହୋଇଥିଲା। ଶଦ୍ଦ ଶୁଣିବା ପରେ ଭାରତୀୟ ଯବାନମାନେ ଏହା ଉପରେ ୨୫ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳିମାଡରେ ଡ୍ରୋନ ପାକିସ୍ତାନ ଆଡକୁ ଫେରିଯାଇଥିଲା। ବୁଧବାର ରାତି ୧୧.୩୦ରେ ଏହି ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ବର୍ତ୍ତମାନ କୈଳାସ ପୋଷ୍ଟ ନିକଟରେ ବିଏସଏଫ ଏବଂ ସ୍ଥାନୀୟ ପୋଲିସ ଦ୍ୱାରା ସର୍ଚ୍ଚ ଅପରେଶନ ଚାଲୁ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିପାରି ନାହିଁ।
ସୂଚନାନୁସାରେ, ବିଏସଏଫ କର୍ମଚାରୀମାନେ ବୁଧବାର ରାତି ୧୧.୩୦ସମୟରେ କୈଳାସ ପୋଷ୍ଟ ନିକଟରେ ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ କରୁଥିବା ସମୟରେ ଡ୍ରୋନ ଶବ୍ଦ ଶୁଣିବାକୁ ପାଇଥିଲେ। ପାକିସ୍ତାନରୁ ଆସିଥିବା ଡ୍ରୋନ ଜିରୋ ଲାଇନ ଅତିକ୍ରମ କରି ବ୍ୟାରିକେଡ ପାର କରି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ତେବେ ଏହା ଦେଖି ବିଏସଏଫ ଯବାନମାନେ ଡ୍ରୋନ ଉପରେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇ ଥିଲେ।