Advertisement

ସମ୍ବଲପୁରରେ ମୁତୟନ ହେବେ ବିଏସ୍‌ଏଫ ଫୋର୍ସ

ସମ୍ବଲପୁର,୨୮।୩: ସମ୍ବଲପୁରରେ ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାମନବମୀ ଏବଂ ହନୁମାନ ଜୟନ୍ତୀରେ ସୁରକ୍ଷାକୁ ଦୃଷ୍ଟିରେ ସମ୍ବଲପୁରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ ବୋଲି ଶୁକ୍ରବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

ସମ୍ବଲପୁରରେ ୨ କମ୍ପାନୀ ବିଏସ୍‌ଏଫ୍‌ ଫୋର୍ସ ମୃତୟନ କରାଯିବ। ଏପରିକି ଗୋଟିଏ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ ହେବେ। ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ସମ୍ବଲପୁର ଏସ୍‌ପି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share