ନୂଆଦିଲ୍ଲୀ, ୧୫ା୬: ଭାରତ-ବାଂଲାଦେଶ ସୀମାନ୍ତରେ ଉନ୍ନତି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ-ବାଂଲାଦେଶ ସୀମା ସୁରକ୍ଷା ମୁଖ୍ୟ ବୁଧବାର ୫ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆଗେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଦୁଇଦେଶର ଜନସାଧାରଣଙ୍କ ଜୀବନ ଧାରଣରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ କୁହାଯାଇଛି।
ପ୍ରକଳ୍ପ ମଧ୍ୟରେ ସୋନାଇ ନଦୀ ଉପରେ ବ୍ରିଜ୍ ନିର୍ମାଣ। ତ୍ରିପୁରାର ଧର୍ମନଗରରେ ଥିବା ଇଟା ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ଏପରିକି ଝାଲୋଙ୍ଗି ଓ ବିଟେଶରବାରି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ନେଟ୍ଓ୍ବର୍କ ସମ୍ପ୍ରସାରଣ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷାର କରାଯାଇଛି।