ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଚିତ୍ରକୋଣ୍ଡା, ୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍‌ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି ଅଘଟଣ ଘଟିଛି ମଙ୍ଗଳବାର ବିଳମ୍ବିତ ରାତିରେ। ଯବାନଜଣଙ୍କ ରାଜସ୍ଥାନର ଶେଷ କର୍ଣ୍ଣ ବୋଲି ଜଣାପଡିଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଅନ୍ୟ ବିଏସ୍‌ଏଫଠାରୁ କୌଣସି ସୂଚନା ମିଳିନାହିଁ।

Share