ଟିଏମ୍‌ସି କେନ୍ଦ୍ରରୁ ବିଏସ୍‌ଏଫ୍‌ ଯବାନ ଫେରାର

ନବରଙ୍ଗପୁର,୧୨।୭(ବି.ପ୍ର.)- ନବରଙ୍ଗପୁର ସଦର ବ୍ଲକ ଟିରଲୀ ଛକ ନିକଟରେ ଥିବା ପଲିଟେକ୍ନିକ ଟିଏମ୍‌ସି କେନ୍ଦ୍ରରୁ ଜଣେ ବିଏସ୍‌ଏଫ୍‌ ଯବାନ ଫେରାର ହୋଇଥିବା ବିଏସ୍‌ଏଫ୍‌ ୧୫ ବାଟାଲିଆନ କମାଣ୍ଡେଣ୍ଟ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ତଳେ ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି କାନ୍ଥ ଡେଇଁ ଫେରାର ହୋଇଥିବା ନଜିର ଆସିଥିଲା। ଏବେ ଟିଏମ୍‌ସିରୁ ବିଏସ୍‌ଏଫ୍‌ ଯବାନ ଫେରାର ହୋଇଥିବା ସୂଚନା ମିଳିଛି l

ସୂଚନାନୁଯାୟୀ, ନବରଙ୍ଗପୁର ବିଏସ୍‌ଏଫ୍‌ କ୍ୟାମ୍ପର ଜଣେ ଯବାନ ଗତ ମାସ (ଜୁନ ) ୨୪ତାରିଖରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାକୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରେ ରଖି ଚିକିତ୍ସା କରାଯାଇଥିଲା। ଗତ ଜୁନ ମାସ ୩୦ ତାରିଖରେ ସେ ସୁସ୍ଥ ହେବାରୁ ତାକୁ ଜୁଲାଇ ୧ରେ ଅବ୍‌ଜରଭେସନ ପାଇଁ କୋଭିଡ ମେଡିକାଲରୁ ନବରଙ୍ଗପୁର ପଲିଟେକ୍ନିକ କଲେଜରେ କରାଯାଇଥିବା ଟିଏମ୍‌ସିରେ ରଖାଯାଇଥିଲା l ଉକ୍ତ ଯବାନ ଜଣକ ଟିଏମ୍‌ସି କେନ୍ଦ୍ରରେ ରହିବାକୁ ରାଜି ହେଉ ନ ଥିବା ସହ ଘରକୁ ଯିବାକୁ ଛୁଟି ମାଗିଥିଲେ l କିନ୍ତୁ, ବର୍ତମାନ ରାଜ୍ୟରେ କୋଭିଡ ଚାଲିଥିବାରୁ ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ ଉକ୍ତ ଯବାନଙ୍କୁ ଛୁଟି ଦେଇ ନ ଥିବାରୁ ସେ ୨ଦିନ ତଳେ ଅର୍ଥାତ ୧୦ତାରିଖ ସକାଳେ ଉକ୍ତ ଟିଏମ୍‌ସି କେନ୍ଦ୍ରରୁ କାହାକୁ ନ ଜଣାଇ ଫେରାର ହୋଇ ଯାଇଛନ୍ତି l ଫଳରେ ଉକ୍ତ ୧୦ତାରିଖ ଦିନ ହିଁ  ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ ଏନେଇ ନବରଙ୍ଗପୁର ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି l ଏନେଇ କେସ ନଂ ୧୬୧/୨୦୨୦ ୨୭୦ ଧାରାରେ ମାମଲା ରୁଜୁ ହୋଇଥିଲା, ଯାହାକି ରବିବାର ଲୋକଲୋଚନକୁ ଆସିଛି l ଫେରାର ବିଏସ୍‌ଏଫ୍‌ ଯବାନ ଜଣକ ଘର ଆନ୍ଦ୍ରପ୍ରଦେଶର ଗୁଣ୍ଟୁର ଜିଲା ଅନ୍ତର୍ଗତ କଚିପୁଡ଼ି ଗ୍ରାମର ବୋଲି ଜଣାପଡ଼ିଛି l ନବରଙ୍ଗପୁର ପୋଲିସ ସେଠାକାର ଥାନାକୁ ଖବର ଦେବା ପରେ ସେ ସଂଗରୋଧରେ ରହିଥିବା ସୂଚନା ମିଳିଛି। ତେବେ ସୋମବାର ସେଠାରେ ପ୍ରଶାସନ ପକ୍ଷରୁ ଟିମସି ରେ ରଖାଯିବ ବୋଲି ନବରଙ୍ଗପୁର ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri