Advertisement

ଜନ୍ମମାଟିରେ ବିଏସ୍‌ଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଛତ୍ରପୁର,୬।୨(ଦିଲୀପ ସାମଲ): ବିଏସ୍‌ଏଫ ଯବାନ କେ.ସୋମନାଥଙ୍କ ଗୁରୁବାର ଜନ୍ମମାଟି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବାଳକୃଷ୍ଣପୁର ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବାଟାଲିଅନ ୟୁନିଟ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନ୍‌ର ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଗ୍ରାମବାସୀ ଭାରତ ମାତା କି ଜୟ, ଅମର ରହେ ଯବାନ ସୋମନାଥ ଧ୍ୱନିରେ ଅଞ୍ଚଳ ଫାଟି ଉଠିଥିଲା। ଏପରିକି ଉପସ୍ଥିତି ସମସ୍ତଙ୍କ ଆଖିରେ ଛଳଛଳ ଲୁହ ଝରି ପଡିଥିଲା । ମାଟିର ଜଣେ ବୀର ଯବାନଙ୍କୁ ସବୁଦିନ ପାଇଁ ହରାଇବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ବାଳକୃଷ୍ଣପୁର ଗ୍ରାମର କେ.ବୁଦ୍ଧିଆ ପାତ୍ରଙ୍କ ପୁଅ କେ.ସୋମନାଥ ବିଏସ୍‌ଏଫ ୧୬୩ ବାଟାଲିଅନ ମିଜୋରାମରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ହେଲେ ସେ ଜେଣ୍ଡିସ ରୋଗରେ ଆକ୍ରାନ୍ତ ଥିବାରୁ ୨୯ ଜାନୁଆରୀ ୨୦୨୫ରୁ ଦୁଇ ମାସ ପାଇଁ ଛୁଟିରେ ଗାଁକୁ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସେଠାରେ ଚିକିତ୍ସା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ ଉନ୍ନତି ନ ଆସିବାରୁ ହସ୍ପିଟାଲ ପକ୍ଷରୁ ସୋମନାଥକୁ ଘରକୁ ପଠାଇ ଦିଆଯାଇଥିଲା। ବୁଧବାର ରାତିରେ ଗାଁରେ ଯବାନ କେ.ସୋମନାଥଙ୍କ ମୃତ୍ୟୁ ଘଟିଥିଲା। ଖବର ପଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇ ଖୋର୍ଦ୍ଧା ସ୍ଥିତ ବିଏସ୍‌ଏଫ କ୍ୟାମ୍ପରୁ ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହ ପ୍ରତିପନିଧି ଦଳ ପାଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ଆଣିଥିଲେ। ସେଠାରେ ବିଏସ୍‌ଏଫଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଦିଲୁ ମୁଖାଗ୍ନି ଦେଇଥିଲେ।

ସୂଚନା ଯୋଗ୍ୟ, ସୋମନାଥଙ୍କ ପରିବାର କହିଲେ ସ୍ତ୍ରୀ ଲକ୍ଷ୍ମୀ, ଝିଅ କେ.ଲିପିକା ପାତ୍ର ଓ ପୁଅ କେ.ଦିଲୁ ପାତ୍ର। ଝିଅ ଓ ପୁଅ ଫେବୁଆରୀରେ +୨ ଓ ଦଶମ ପରୀକ୍ଷା ଦେବେ ବୋଲି ଜଣାପଡିଛି। ମୃତ ଯବାନ ଜଣକ ଉତ୍ତମ ଚରିତ୍ର ସହିତ ମେଳାପି ବ୍ୟକ୍ତି ଥିଲେ । ସୋମନାଥଙ୍କ ବିୟୋଗରେ ଶୋକରଛାୟା ଖେଳିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share