Categories: ଜାତୀୟ

କଚ୍ଛ ଉପକୂଳରେ ୩ ନୌକା ସହ ଜଣେ ପାକିସ୍ତାନି ନାଗରିକ ଅଟକ

ଅହମଦାବାଦ,୧ ।୨: ସୀମା ସୁରକ୍ଷା ବଳ ଭାରତ-ପାକିସ୍ତାନ ସମୁଦ୍ର ସୀମାରେ ଗୁଜରାଟର କଚ୍ଛ ଜିଲା ଉପକୂଳରେ ଜଣେ ପାକିସ୍ତାନି ନାଗରିକଙ୍କୁ ଧରିନେଇଛନ୍ତି । ଏହାସହ ମାଛ ମାରିବାକୁ ଆସିଥିବା ୩ ନୌକା ବି ଜବତ ହୋଇଛି ।
ଏକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜଣେ ମତ୍ସଜୀବି ଭାବେ ଦେଖ।।ଯାଉଥିବା ପାକିସ୍ତାନୀ ନାଗରିକଙ୍କୁ ଧରାଯାଇଥିବା ବେଳେ ଅନ୍ୟ ୪ ବିଏସଏଫର ନୌକାକୁ ଦେଖି ପାକିସ୍ତାନ ଆଡେ ଚାଲିଯିବାକୁ ସକ୍ଷମ ହୋଇଥିଲେ ।

Share