ଶ୍ରୀନଗର, ୧।୧୨ : ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରାଯାଇଛି। ଏଥିରେ ଶହୀଦ ହୋଇଛନ୍ତି ଜଣେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଯବାନ। ଏ ନେଇ ବିଏସ୍ଏଫ୍ ଆଇଜି ଏନ୍. ଏସ୍. ଜମଓ୍ବାଲ ସୂଚନା ଦେଇଛନ୍ତି।
ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଛି। ରାଜୋରି ସେକ୍ଟରରେ ହୋଇଥିବା ସିଜ ଫାଇୟାରର ଉଚିତ ଜବାବ ଦେଇଥିଲା ଭାରତୀୟ ସେନା। ଏଥିରେ ଏଫ୍ଡିଏଲ୍ରେ ମୁତୟନ ଥିବା ବିଏସ୍ଏଫ୍ ସବ ଇନ୍ସପେକ୍ଟର ପି. ଗୁଇଟେ ନିଜ ସାଥିଙ୍କ ଜୀବନ ବଞ୍ଚାଇବାକୁ ଯାଇ ଶହୀଦ ହୋଇଛନ୍ତି। ଶହୀଦ ଯବାନ ନିଜ କର୍ତ୍ତବ୍ୟ ପ୍ରତି ଥିବା ସମର୍ପଣ ଓ ବୀରତ୍ୱର ପରିଚୟ ଦେଇଛନ୍ତି। ସମଗ୍ର ଦେଶ ଗୁଇଟେଙ୍କ ତ୍ୟାଗକୁ ସର୍ବଦା ମନେ ରଖିବ । ଶହୀଦଙ୍କ ତ୍ୟାଗ କଦାପି ବେକାର ଯିବ ନାହିଁ। ବିଏସଏଫ ଶହୀଦଙ୍କୁ ସଲ୍ୟୁଟ କରୁଛି ବୋଲି କହିଛନ୍ତି ଜମଓ୍ବାଲ।