Categories: ଜାତୀୟ

ଜମ୍ମୁ-କଶ୍ମୀର ସୀମାରେ ହାଇଆଲର୍ଟ

ଜମ୍ମୁ,୨୫।୧: ସାଧାରଣତନ୍ତ୍ର ଦିବସରେ ସୀମାରେ ଦେଶବିରୋଧୀ ତତ୍ତ୍ୱ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ବିଏସ୍‌ଏଫ୍‌ ପକ୍ଷରୁ ସୀମାରେ ଆଣ୍ଟିଡ୍ରୋନ୍‌ ଯୁଦ୍ଧାଭ୍ୟାସ ସାଙ୍ଗକୁ ଏକାଧିକ ପଦକ୍ଷେପମାନ ନିଆଯାଇଛି। ସୀମାରେ ସୁଡ଼ଙ୍ଗ ଠାବ କରାଯାଉଛି ବୋଲି ଏହାର ଆଇଜି ଡି.କେ. ବୁରା କହିଛନ୍ତି। ଆତଙ୍କବାଦୀ କାର୍ଯ୍ୟ ପ୍ରତିହତ କରିବା ଲାଗି ସେନା, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଏବଂ ରାଜ୍ୟ ପୋଲିସ ମିଳିତ ପାଟ୍ରୋଲିଂ ଚଳାଇଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ସହ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ଏବଂ ନିଶାଦ୍ରବ୍ୟ ପଠାଇପାରନ୍ତି। ଏଲ୍‌ଓସି ସମେତ ସୀମାରେ ଯବାନମାନେ ସତର୍କ ରହିଥିବା ଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share