ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଏହି ଅବସରରେ ଅଟ୍ଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ମିଠା ବିନିମୟ ହୋଇଥିଲା। ଏହା ପୂର୍ବରୁ ଦୀପାବଳିରେ ଭାରତ ଏବଂ ପାକିସ୍ତାନର ଅଧିକାରୀମାନେ ପରସ୍ପରକୁ ମିଠା ଦେଇଥିଲେ।
ସୂଚନାଯୋଗ୍ୟ, ସ୍ବାଧୀନତା ଦିବସ, ସାଧାରଣନ୍ତ୍ର ଦିବସ ବ୍ୟତୀତ ଇଦ, ହୋଲି, ଦୀପାବଳିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମିଠା ବିନିମୟ କରିବାର ପରମ୍ପରା ରହିଆସିଛି।