Categories: ଜାତୀୟ

ସୀମାରେ ଇଦ୍‌ ପାଲିଲେ ବିଏସ୍‌ଏଫ୍‌-ପାକ୍‌ ରେଞ୍ଜର୍ସ

ନୂଆଦିଲ୍ଲୀ, ୨୧।୭: ଇଦ୍‌ ଅବସରରେ ବୁଧବାର ସୀମାର ବିଭିନ୍ନ ସ୍ଥାନରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇଛି। ଏହି ପରମ୍ପରା ୨୦୧୯ରୁ ବନ୍ଦ ଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏକତରଫା ଭାବେ ମିଠା ବିନିମୟ ପରମ୍ପରା ବନ୍ଦ କରିଦେଇଥିଲା। ଓ୍ବାଘା-ଅଟ୍ଟାରି ସୀମା ସମେତ ରାଜସ୍ଥାନ ସୀମାରେ ମିଠା ଆଦାନପ୍ରଦାନ କରାଯାଇଥିବା ବିଏସ୍‌ଏଫ୍‌ ମୁଖପାତ୍ର କହିଛନ୍ତି। ତେବେ କରୋନା ଯୋଗୁ ଗତବର୍ଷ ମିଠା ବିନିମୟ ହୋଇ ନ ଥିଲା ବୋଲି ସେ କହିଛନ୍ତି।

Share