Categories: ଜାତୀୟ

ବାଂଲଦେଶ ସୀମାରେ ୩.୧୨କୋଟି ଟଙ୍କାର ସୁନା ବିସ୍କୁଟ ଜବତ କଲା ବିଏସଏଫ

ବାରସାତ,୨୭।୮: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ବାଂଲଦେଶ ସୀମାରେ ଥିବା ଏକ ଟ୍ରକରୁ ବିଏସଏଫ ୩.୧୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି, ପରଗାନା ଜିଲାର ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ (ଆଇସିପି) ପେଟ୍ରୋପୋଲ ପୋଷ୍ଟରେ ଏକ ଟ୍ରକକୁ ଅଟକାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ବିଏସଏଫର ୧୪୫ ବାଟାଲିୟନର ସୈନିକମାନେ ଦୁଇଟି ପ୍ୟାକେଟ ସୁନା ବିସ୍କୁଟର ଗାଡିର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ।

ଅଧିକାରୀଙ୍କ କହିବାନୁସାରେ, ବାଂଲଦେଶରୁ ଭାରତ ଆସିଥିବା ଏହି ଟ୍ରକଟି ଖାଲି ଥିଲା। ଚୋରା ଚାଲାଣକାରୀ ବାଂଲଦେଶରୁ ଭାରତକୁ ଫେରୁଥିବା ଏକ ଖାଲି ଟ୍ରକରେ ସୁନା ବିସ୍କୁଟ ଆଣିବାକୁ ଚେଷ୍ଟା କରୁଥିଲେ। ଏଥିସହ ଟ୍ରକରୁ ୫.୨୪ କିଲୋଗ୍ରାମ ଓଜନର ୪୫ ଟି ସୁନା ବିସ୍କୁଟ ଜବତ କରାଯାଇଛି, ଯାହାର ମୂଲ୍ୟ ୩.୧୨ କୋଟି ଟଙ୍କା। ଏହା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ଟ୍ରକ ଡ୍ରାଇଭର ଉତ୍ତର ୨୪ ପରଗାନା ଜିଲାର ଫିରୋଜପୁର ଗାଁର ବାସିନ୍ଦା ସମ୍ରାଟ ବିଶ୍ୱ ବୋଲି ଜଣାପଡିଛି। ଜବତ ସୁନା ସହିତ ଧରାପଡିଥିବା ଚୋରା ଚାଲାଣକାରୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋଲକାତାର କଷ୍ଟମ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।

ସମ୍ରାଟ ଟ୍ରକ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି ଏବଂ ନିୟମିତ ଭାବେ ରପ୍ତାନି ସାମଗ୍ରୀ ନେଇ ବାଂଲଦେଶ ଯାଆନ୍ତି। ଅଗଷ୍ଟ ୨୧ ରେ, ସେ ଉକ୍ତ ଟ୍ରକରେ ସ୍ପଞ୍ଜ ଲୁହା ଲୋଡ କରିବାକୁ ବାଂଲଦେଶ ଯାଇଥିଲେ। ଅଗଷ୍ଟ ୨୫ ରେ ଯେତେବେଳେ ସେ ଭାରତକୁ ଫେରୁଥିଲେ, ସେତେବେଳେ ଜିଲା ଯଶୋରର ବେନାପୋଲର ବାସିନ୍ଦା ସୁମନ ମଣ୍ଡଳ ତାଙ୍କ ନିକଟକୁ ଆସି ବାଂଲଦେଶ ପାର୍କିଂ ଅଞ୍ଚଳର ଆଇସିପି ବେନାପୋଲରେ ପହଞ୍ଚି ୪୫ଟି ସୁନା ବିସ୍କୁଟ ଦେଇଥିଲେ। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସୁମନ ମଣ୍ଡଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଭାରତ ଆସି ଗୋପାଳନଗର ନିବାସୀ ସଲାମ ମଣ୍ଡଳଙ୍କୁ ସୁନା ବିସ୍କୁଟ ହସ୍ତାନ୍ତର କରିଥାନ୍ତେ ବୋଲି ପ୍ରାରମ୍ଭିକ ପଚରାଉଚରା ବେଳେ ଜଣାପଡିଛି।

Share